ରାଜ୍ୟ ଛାତ୍ର ବିଜେଡିର ଉପ ସଭାପତି ହେଲେ ଅମରେନ୍ଦ୍ର

ହାଟଡିହି,(ଓ୍ବାଇଏନଏସ) : ବିଜେଡି ତାର ସାଙ୍ଗଠନିକ କମିଟି ଗଠନ ପ୍ରକ୍ରିୟା ଜାରି ରଖିଛି। ଏହି କ୍ରମରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ଛାତ୍ର ବିଜେଡିର ଉପ ସଭାପତି ଭାବେ କେନ୍ଦୁଝର ଜିଲ୍ଲା  ହାଟଡିହିର ଅମରେନ୍ଦ୍ର ଧଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାକୁ ନେଇ ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି। ସେ ପୂର୍ବରୁ ରାଜ୍ୟ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଏବେ କେନ୍ଦୁଝର ଜିଲ୍ଲା ସୋସିଆଲ ମେଡିଆ କୋଅଡ଼ିନେଟର ଭାବରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଏହି ପଦବୀ ମିଳିବା ପରେ ଘସିପୁରା ବିଧାୟକ ବଦ୍ରି ନା ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ ଅଭିମନ୍ୟୁ ସେଠୀ, ଜିଲ୍ଲା ବିଜେଡି ସଭାପତି ଆଶିଷ ଚକ୍ରବର୍ତ୍ତୀ, ଜିଲ୍ଲା ପରିଷଦ ଉପାଧ୍ଯକ୍ଷ ସୋମନାଥ ଦାସ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବଧର ବିଶ୍ଵାଳ, ଜିଲ୍ଲା ପରିଷଦ ଜିତେନ୍ଦ୍ର ସାମଲ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ବ୍ଲକ ବିଜେଡି ସଭାପତି ସଭାପତି ସୁରେନ୍ଦ୍ର କୁମାର ଜେନା, ରାମଚନ୍ଦ୍ର ପଲେଇ, ଜିଲ୍ଲା ଯୁବ ବିଜେଡି ସଭାପତି ରାକେଶ ରାମ, ବିଜେଡି ନେତା ଦେବପ୍ରିୟ ପାତ୍ର ପ୍ରମୁଖ ପ୍ରମୁଖ ତାଙ୍କୁଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଦଳ ତାଙ୍କୁ ଯେଉଁ ସମୟରେ ଯେଉଁ ଦାୟିତ୍ଵ ଦେଇଛି ତାକୁ ସେ ସୁଚାରୁ ରୂପେ ସମ୍ପର୍କ କରିଛନ୍ତି ଓ ଏହି ଦାୟିତ୍ଵକୁ ଠିକ ଭାବେ ନିର୍ବାହ କରିବେ ବୋଲି କହିଛନ୍ତି। ସେ ଏଥିପାଇଁ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ, ଘଷିପୁରାର ମାନ୍ୟବର ବିଧାୟକ ବଦ୍ରି ନାରାୟଣ ପାତ୍ର, ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, କେନ୍ଦୁଝର ବିଜୁ ଜନତା ଦଳର ସଭାପତି ଆଶିଷ ଚକ୍ରବର୍ତ୍ତୀ ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ