ପତଞ୍ଜଳି ଯୋଗ ସମିତିର ବାର୍ଷିକ ଉତ୍ସବ

ବାଲେଶ୍ବର(ସରୋଜ ପଣ୍ଡା): ଆଜି ପୂର୍ବାହ୍ନରେ ସହରର ଆତିଥ୍ୟ ମଣ୍ଡପ ଠାରେ ବାଲେଶ୍ଵର ପତଞ୍ଜଳି ଯୋଗ ସମିତିର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଭାରତ ସ୍ୱାଭିମାନ ଟ୍ରଷ୍ଟ ର ଜିଲ୍ଲା ପ୍ରଭାରୀ କରୁଣାକର ଶିଅଳ ସଭାପତିତ୍ବ କରିଥିଲେ।ମୁଖ୍ୟ ଅତିଥି ଭାବେ ଭାରତ ସ୍ୱାଭିମାନ ଟ୍ରଷ୍ଟ ର ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ ଯୋଗଦେଇ ଯୋଗ ଏକ ପ୍ରାଚୀନ ଅଭ୍ୟାସ ଯାହା ଶରୀର ମନ ଏବଂ ଆତ୍ମା ମଧ୍ୟରେ ସମନ୍ୱୟକୁ ପ୍ରୋତ୍ସାହିତ କରେ।ଏହା ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ଉନ୍ନତ କରିବା ପାଇଁ  ଶାରୀରିକ ଆସନ ,ଶ୍ଵାସକ୍ରିୟା ବ୍ୟାୟାମ(ପ୍ରାଣାୟାମ)ଏବଂ ଧ୍ୟାନକୁ ମିଶ୍ରଣ କରେ ବୋଲି ବକ୍ତବ୍ୟରେ କହିଥିଲେ।ସମ୍ମାନିତ ଅତିଥି ଭାବେ ରାଜ୍ୟ ମହିଳା କାର୍ଯ୍ୟକାରିଣୀ ସଦସ୍ୟା ସାଧନା ଦାସ,ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ମନୋଜ କୁମାର ଦେ,ମହିଳା ପତଞ୍ଜଳି ଯୋଗ ସମିତି ଜିଲ୍ଲା ପ୍ରଭାରୀ ଯଶମତି ଶିଅଳ ପ୍ରମୁଖ ମଞ୍ଚାସିନ ଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କିଷାନ୍ ପ୍ରଭାରୀ ଅକ୍ଷୟ କୁମାର ସାହୁ,ସୋସିଆଲ ମିଡିଆ ପ୍ରଭାରୀ ଗୋପବନ୍ଧୁ ମଲ୍ଲିକ,ମିଡିଆ ପ୍ରଭାରୀ ଯାମିନୀ କାନ୍ତ ପାତ୍ରଙ୍କ ସମେତ ବହୁ ସଦସ୍ୟ,ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ପ୍ରଭାରୀ ମନୋଜ ଦେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ