ବିଧାୟକଙ୍କ ଦ୍ୱାରା ବୃକ୍ଷ ରୋପଣ

ମୁନିଗୁଡ଼ା, (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ବନ ବିଭାଗ ଦ୍ୱାରା ୭୭ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରବିବାର ମୁନିଗୁଡ଼ା ସେକ୍ସନ ମେରକାବଣ୍ଡିଲି ଗ୍ରାମ ନିକଟସ୍ଥ ଶକଟା ପିଆରଏଫ୍ ଜଙ୍ଗଲ ଜମିରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେଞ୍ଜର ପ୍ରବୀଣ କୁମାର ଦାସଙ୍କ ନେତୃତ୍ବ ଏବଂ ବନପାଳ ପ୍ରମୋଦିନୀ ମାଣ୍ଡିଙ୍ଗିଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଷମକଟକ ବିଧାୟକ ନୀଳମାଧବ ହିକକା,ସମ୍ମାନିତ ଅତିଥି ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା,ବ୍ଲକ କଂଗ୍ରେସ ସଭାପତି ନୀଳାମ୍ବର ବିଭାର ପ୍ରମୁଖ ଉପସ୍ଥିତ ରହି ଆନୁଷ୍ଠାନିକ ରୂପେ ବନ ମହୋତ୍ସବ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଧାୟକ ଶ୍ରୀ ହିକକା ଉପସ୍ଥିତ ଗ୍ରାମବାସୀ ମାନଙ୍କୁ ବୃକ୍ଷ ରୋପଣ ପାଇଁ ଉତ୍ସାହିତ କରିବା ସହିତ ନିଜେ ବୃକ୍ଷ ରୋପଣ କରିଥିଲେ। ରେଞ୍ଜର ଶ୍ରୀ ଦାସ “ମାଆ ପାଇଁ ଗଛଟିଏ”ଏହି ମାର୍ମୀକ ଭାବନାରେ  ସମସ୍ତେ ଅନୁପ୍ରାଣିତ ହୋଇ ଆଜି ନିଜ ନିଜର ମାଆ ନାମରେ ଗୋଟିଏ ଗୋଟିଏ ଗଛ ଲଗାଇବାକୁ ଆହ୍ଵାନ କରିଥିଲେ। ପରେ ୨୮ହେକ୍ଟର ସକଟା ପିଆରଏଫ୍ ଜଙ୍ଗଲ ଜମିରେ ଶତାଧିକ ମହିଳା,ପୁରୁଷ ଏବଂ ବିଭାଗୀୟ କର୍ମଚାରୀ,ଗଣମାଧ୍ୟମ ପ୍ରତିନିଧି ଏବଂ ସାମାଜିକ କର୍ମୀମାନେ ୪୦୦ରୁ ଉର୍ଦ୍ଧ ବୃକ୍ଷ ରୋପଣ କରାଯାଇଥିଲା। ସେହିପରି ମୁନିଗୁଡା ପ୍ରେସ କ୍ଳବ,ମଣ୍ଡଳ ବିଜେପି, ସମ୍ବାଦ ସାହିତ୍ୟ ଘର ଏବଂ ମୁନିଗୁଡ଼ା ସାହିତ୍ୟ ସଂସଦ ମିଳିତରେ ବନବାସୀ କଲ୍ୟାଣ ଆଶ୍ରମ ପରିସରରେ ଅତିଥିଭାବେ ବରିଷ୍ଠ ବିଜେପି ନେତା ରାମଚନ୍ଦ୍ର ବେହେରା, ହୃଷୀକେଶ ଜାଲି,ବିଶ୍ଵାମିତ୍ର ମହାନ୍ତ, ମନୋରଞ୍ଜନ ଦଳାଇ, ସୁବାସ ଗୌଡ଼,ଉତ୍ତମ ଦାସ,କୃଷ୍ଣଚନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ସଜନା,ଅମୃତ ଭଣ୍ଡା, ପିଜୁଳି, ଆତ,ଜାମୁ, ଅଁଳା,ଆମ୍ବ,ପଣସ ସହ ପରିବେଶକୁ ଉପଯୋଗୀ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିବା ସହ ବୃକ୍ଷ ଗୁଡିକର ରକ୍ଷଣବ୍ୟକ୍ଷଣ କରିବାକୁ ପରାମର୍ଶ ଦେଇଥିଲେ। ଉକ୍ତ ସମସ୍ତ କାର୍ଯ୍ୟକ୍ରମ ଦାୟିତ୍ୱରେ ଫୋରେଷ୍ଟର ରଞ୍ଜିତ ଶ୍ରୀରାମ,ବନପାଳ ନମିତା ବିଡ଼ିକା,ମାଝୀ ମହାପାତ୍ର,ଅଶ୍ଵିନୀ କରକରିଆ, ସୁଭାଷିନୀ ମୁଲି,ଭଗତ ରାଙ୍ଗୁଲି, ସୁରେଣ୍ଟି ଓରାମ, ସୋନାଲି ସ୍ୱାଇଁ,ଦୀନବନ୍ଧୁ ଶବର,ସୁଭସ୍ମିତା ନାୟକ, ଗୀତାଞ୍ଜଳି ବଡ଼ଜେନା,ସୁଦର୍ଶନ ବିଶ୍ଵାଳ, ରତ୍ନମାଳା ହିଆଲ, ସ୍ଵର୍ଣ୍ଣଲତା ସାହୁ ପ୍ରମୁଖଙ୍କ ସମେତ ୱାଇଲଡ ଲାଇଫ ସ୍କ୍ୱାଡ଼ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ