ପୁରସ୍କାର ବିତରଣ ଉତ୍ସବ : ସମ୍ମାନିତ ହେଲେ ମହିଳା ମହାବିଦ୍ୟାଳୟର ଏନ୍‍ଏସ୍‍ଏସ୍‍ ସ୍ୱେଚ୍ଛାସେବୀ

ଆସିକା  (ୱାଇଏନ୍‍ଏସ୍‍) : ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଜାତୀୟ ସେବା ଯୋଜନାର ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡଃ ଶଙ୍କର୍ଷଣ ମଲିକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀଙ୍କୁ ୨୦୨୫-୨୬ ଶିକ୍ଷାବର୍ଷ ସକାଶେ ଉଲ୍ଲେଖନୀୟ ଅବଦାନ ଓ ଶ୍ରେଷ୍ଠ କାର୍ଯ୍ୟଦକ୍ଷତା ଲାଗି ଲାଗି ସମ୍ମାନିତ କରାଯାଇଥିବା ଜଣାପଡିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ମେଧାବୀ ଛାତ୍ରୀ ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀ ସମ୍ମାନିତ ହେବା ସ୍ଥାନୀୟ ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଉଲ୍ଲେଖନୀୟ କାର୍ଯ୍ୟ ଲାଗି ସମ୍ମାନିତ ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ସ୍ୱେଚ୍ଛାସେବୀ ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଲକ୍ଷ୍ୟ କରାଯାଇଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନୂତନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ଅସୀମା ସାହୁ, ଜାତୀୟ ସେବା ଯୋଜନାର ସଂଯୋଜକ ଡଃ ଶଙ୍କର୍ଷଣ ମଲିକ, କୁଳସଚିବ ଚିନ୍ମୟୀ କହଁର, ରାଜ୍ୟ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦ୍ଦେଶକ ଅଜିତ୍‍ ଖୁସୁୱା, ପିଜି କାଉନସିଲର ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନାଙ୍କ ମାର୍ଗଦର୍ଶନ ଓ ପ୍ରେରଣା ସାଙ୍ଗକୁ ଶିକ୍ଷାନୁଷ୍ଠାନର ଜାତୀୟ ସେବା ଯୋଜନାର ସଂଯୋଜିିକା ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ରଙ୍କ ପରାମର୍ଶରେ ସ୍ୱେଚ୍ଛାସେବୀ ବିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀ ଦୀର୍ଘ ଦିନ ଧରି ଜାତୀୟ ସେବା ଯୋଜନାର ସମସ୍ତ ନୀତିନିୟମକୁ ସୁଚାରୁ ରୂପେ ସଂପାଦନ କରିବା ସାଙ୍ଗକୁ ବିଭିନ୍ନ ସମୟରେ ପରିବେଶର ସୁରକ୍ଷା ଲାଗି ଚାରାରୋପଣ ଠାରୁ ଆରମ୍ଭ କରି ସଡକ ସୁରକ୍ଷା ଜୀବନ ରକ୍ଷା, ସ୍ୱାସ୍ଥ୍ୟସେବା ଶିବିର, ବିଶ୍ୱ ଏଡ୍‍ସ୍‍ ଦିବସ, ଫାଇଲେରିଆ ସଚେତନତା, ସ୍ୱଚ୍ଛତା ଲାଗି ପରିମଳ ସଚେତନତା କାର୍ଯ୍ୟକ୍ରମ, ସ୍ୱଚ୍ଛ ଭାରତ ଅଭିଯାନ, ଆଜାଦି କା ଅମୃତ ମହୋତ୍ସବ, ହର୍‍ ଘର୍‍ ତ୍ରିରଙ୍ଗା , ଏକ୍‍ ପେଡ୍‍ ମା କେ ନାମ୍‍ ସମେତ ବହୁବିଧ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମରେ ସାମିଲ୍‍ ହୋଇ ବେଶ୍‍ ପ୍ରଶଂସା ଲାଭ କରିଥିବା ନଜିର୍‍ ରହିଛି । ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ପୁରସ୍କାର ବିତରଣ ଉତ୍ସବ କାର୍ଯ୍ୟକ୍ରମରେ ସମ୍ମାନିତ ହୋଇଥିବା ଆସିକା ନିରଞ୍ଜନ ସରକାରୀ ମହିଳା ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ ବିିସ୍ମିତା ପ୍ରିୟଦର୍ଶିନୀ ପାଣିଗ୍ରାହୀଙ୍କୁ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ବରିଷ୍ଠ ଅଧ୍ୟାପକ କେ.ଓମ୍‍ ନାରାୟଣ ରାଓ, ଜାତୀୟ ସେବା ଯୋଜନାର ସଂଯୋଜିକା ଅଧ୍ୟାପିକା ଡଃ ଜୟପ୍ରଦା ମହାପାତ୍ର, ଅଧ୍ୟାପକ ଗୋପୀନାଥ କର, ଭାରତୀ ପ୍ରଧାନ, ଡଃ ଉର୍ମିଳା ମୁଦୁଲି, ସୁଶାନ୍ତ କୁମାର ବେହେରା, ସାନ୍ତନୁ କୁମାର ସାମଲ, ଡଃ ଏସ୍‍ଟି ରେହେମାନ୍‍, ଡଃ ଶ୍ରୀବାସ ପାତ୍ର, ଇତିଶ୍ରୀ ପଣ୍ଡା, ବି.ପାଣ୍ଡବ ରେଡି, ପୂଜା ବିଷୋୟୀ, ଡଃ ଯଶଶ୍ରୀ ମଲିକ, ପିଙ୍କୁ କୁମାର ସାହୁ, ଗିରିଜା ଆପଟ, ଡଃ ସୁପ୍ରିୟା ଦାଶ, ପ୍ରମୋଦ ତିଆଡି, ସୁଧାଂଶୁ କୁମାର ହୋତା, ଶୁସିଲ୍‍ କମାର ଆଚାର୍ଯ୍ୟଙ୍କ ସମେତ ବହୁ ପ୍ରାଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପକ, ଅଧ୍ୟାପିକା ଓ ଅଣଶିକ୍ଷକଙ୍କ ସମେତ ଛାତ୍ରଛାତ୍ରୀମାନେ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତ କାମନା କରିଥିବା ଲକ୍ଷ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ