ବିଜେପି ନେତାଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା

ଆସିକା ତା (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ହରିଡାପଦର ବିଜେପି ମଣ୍ଡଳ ସଭାପତି କାଳିଆ ନାହାକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ସ୍ଥାନୀୟ ଅଞ୍ଚଳରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଥିବା ଲକ୍ଷ୍ୟ କରାଯାଇଛି । ବିଜେପି ନେତା କାଳିଆ ନାହାକ ବାଇକ୍‍ରେ ନିଜ ଗ୍ରାମ ଗୌଡଗୋଠ ଅଭିମୁଖେ ଯାଉଥିବା ବେଳେ ଧରାକୋଟ ଥାନା ଅନ୍ତର୍ଗତ କମାଶାସନ ଓ ଗୌଡଗୋଠ ଗ୍ରାମ ରାସ୍ତା ମଝିରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରି ନିମିଷକ ମଧ୍ୟରେ ଫେରାର୍‍ ହୋଇଯାଇଥିଲେ । ରାସ୍ତାରେ ପଡି ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଡାପଦର ବିଜେପି ମଣ୍ଡଳ ସଭାପତି କାଳିଆ ନାହାକଙ୍କୁ ଆସିକା ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଥିଲା । କେଉଁ କାରଣରୁ ବିଜେପି ନେତା କାଳିଆ ନାହାକଙ୍କ ଉପରେ ଆକ୍ରମଣ ହେଲା ସେ ସଂକ୍ରାନ୍ତରେ କୌଣସି ସଠିକ୍‍ ସୂଚନା ମିଳିପାରି ନଥିଲା ବେଳେ ଏହି ଆକ୍ରମଣ ଘଟଣାକୁ ବରିଷ୍ଠ ବିଜେପି ନେତା ସନ୍ଦୀପ କୁମାର ପାଢୀ, ସଙ୍ଗୀତ୍‍ କୁମାର ପାଢୀ, ନିରଞ୍ଜନ ମହାନ୍ତି, ଶିବ କୁମାର ନାୟକ, ବିଜୟ କୁମାର ସ୍ୱାଇଁ ପ୍ରମୁଖ ତୀବ୍ର ନିନ୍ଦା କରିବା ସାଙ୍ଗକୁ ଆକ୍ରମଣର ପ୍ରକୃତ ରହସ୍ୟ ଉନ୍ମୋଚନ କରି ଅଭିଯୁକ୍ତମାନଙ୍କ ବିରୋଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ