ଆଜାଦ୍ କ୍ଲବର ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟ: ଫୁଲବାଣୀର ଜେଡି କ୍ଲବ ଚମ୍ପିଅନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ସହରର ଫକିରାବାଦ୍ ଆଜାଦ୍ କ୍ଲବ ପକ୍ଷରୁ ଜାତୀୟ ସ୍ତରୀୟ ଦିବାରାତ୍ର ଫୁଟବଲ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଫୁଲବାଣୀର ଜେଡି କ୍ଲବ କେନ୍ଦ୍ରାପଡାର ଇଲେଭେନ ଷ୍ଟାରକୁ ୧-୦ ଗୋଲରେ ହରାଇ ଚମ୍ପିଅନ ଆଖ୍ୟା ଅର୍ଜ୍ଜନ କରିଛି। କେନ୍ଦ୍ରାପଡାର ଇଲେଭେନ ଷ୍ଟାର ରନର୍ସଅପ ହୋଇଛି।ଏହି ଉପଲକ୍ଷେ ଆଜାଦ୍ କ୍ଲବ ସଭାପତି ହିବଜୁର ରହେମାନଙ୍କ ସଭାପତିତ୍ୱ ଏବଂ ସମ୍ପାଦକ ସେକ ଲିୟାକତ ଅଲ୍ଲୀଙ୍କ ପରିଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ସମ୍ମାନିତ ଅତିଥି ଭାବେ ସାଲେପୁର ବିଧାୟକ ପ୍ରଶାନ୍ତ କୁମାର ବେହେରା ଓ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଯୋଗଦେଇ ଚମ୍ପିୟନ ଦଳ ଜେଡି କ୍ଲବକୁ ଚମ୍ପିୟନସ୍ଟ୍ରଫି ସହ ନଗଦ ୬୧ହଜାର ଟଙ୍କା ଏବଂ ରନର୍ସଅପ ଦଳ ଇଲେଭେନ ଷ୍ଟାରକୁ ରନର୍ସଅପ ଟ୍ରଫି ସହିତ ନଗଦ ୪୧ହଜାର ଟଙ୍କା ପ୍ରଦାନ କରିଥିଲେ। ଅନ୍ୟତମ ଅତିଥି ଭାବେ ଶରତ ବେହୁରା, ମୁକ୍ତାର ଖାଁ, ହିରଣ୍ୟ ପଣ୍ଡା, କାଳି ପ୍ରସାଦ ମିଶ୍ର, ସେକ ଚନ୍ଦନ, ସମ୍ଭୁ ଚାନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ। ଉପସଭାପତି ମୀର ବକ୍କାଉଲ୍ଲା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ସୟଦ ଅକମଲ ଅଲ୍ଲୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ମ୍ୟାଚକୁ ରେଫରୀ ଭାବେ ଶିବାନୀ ରାଜପୁତ, ଦେବଜାନୀ ମଣ୍ଡଳ, ଉମା ବାରୋହୀ ଓ ବନ୍ଦନା ବୋଷ ପ୍ରମୁଖ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମିର ଅବୁସମା, ସେକ ଅଖତର, ମହମ୍ମଦ ଜାକିର, ସେକ ଗୋରା, ସେକ ନବିରୁଦ୍ଦିନ, ମିର୍ଜା ଚାନ୍ଦ, ଅବଦୁଲ ମାଲ୍ଲିକ, ବାସା ଖାଁ, ମତଲୁବ ସୟଦ ଅହେସାନ ଅଲ୍ଲୀ, ନୁରାନି ଖାନ, ସେକ ନସିରୁଦ୍ଦିନ, ସେକ ରାଜନ, ସେକ କାମିଲ, ରାକେଶ ମହାପାତ୍ର, ପ୍ରଦୀପ ବେହେରା, ସେକ ନଫିସ ଅହେମ୍ମଦ, ସେକ ସଫାତୁଲ୍ଲା, ସେକ ସିରହାନ ଅଲ୍ଲୀ, ମହମ୍ମଦ ଆୟାଜ, ମହମ୍ମଦ ଆମୀର, ଅବଦୁଲ ମଜିଦ, ମୀର ୟାସିର, ସେକ ପରୱେଜ୍ ଅହେମ୍ମଦ, ଫୁରକାନ ଖାଁ, ଟିକା ଖାନ୍, ସେକ ଅମୀର ଅହେମ୍ମଦ, କଲିମ ଖାନ୍, ନୁର ଖାନ, ସିପୁନ ଖାନ, ସେକ ବୁରହାନ, ଆଝାରୁଦ୍ଦିନ ଖାନ,ପ୍ରମୁଖ ଟୁର୍ଣ୍ଣାମେଣ୍ଟ୍ ପରିଚାଳନାରେ ସହଯୋଗ କରିଥିଲେ।


