ବେଣୁଧର ହେଲେ ପିସିସି ପଛୁଆବର୍ଗ ସାଧାରଣ ସମ୍ପାଦକ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ମାଟିର ପୁଅ ତଥା କଂଗ୍ରେସର ଜଣେ ଦୃଢ ସଂଗଠକ ବେଣୁଧର ସାହୁଙ୍କୁ ଓଡିଶା ପ୍ରଦେଶ କଂଗ୍ରେସ କମିଟି ପଛୁଆବର୍ଗ(ଓବିସି) ସେଲର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ନିଖିଳ ଭାରତ କଂଗ୍ରେସ କମିଟି ପଛୁଆବର୍ଗ ସେଲ ଅଧ୍ୟକ୍ଷ ଡ. ଅନିଲ ଜୟହିନ୍ଦ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜ୍ୟରେ ପଛୁଆବର୍ଗର ଲୋକମାନଙ୍କୁ ଏକାଠି କରି ଦଳର ସଂଗଠନକୁ ମଜଭୁତ କରିବା ସହିତ କଂଗ୍ରେସ ଦଳକୁ ଅଧିକ ସୁଦୃଢ କରିବା ନିମନ୍ତେ ଶ୍ରୀ ସାହୁଙ୍କୁ ନିଯୁକ୍ତି ଦିଆଯାଇଛି। ଏହି ନିଯୁକ୍ତି ନେଇ ଶ୍ରୀ ସାହୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, ପିସିସି କୋଷାଧ୍ୟକ୍ଷ ଇଂ ସିଦ୍ଧାର୍ଥସ୍ୱରୂପ ଦାଶ ଓ ପ୍ରଦେଶ କଂଗ୍ରେସ ପଛୁଆବର୍ଗ ଅଧ୍ୟକ୍ଷ ସରୋଜ ସାହୁଙ୍କୁ କୃତଜ୍ଞତା ଜଣାଇଛନ୍ତି। ନିଯୁକ୍ତି ପରେ ଶ୍ରୀ ସାହୁଙ୍କୁ ପିସିସି ସାଧାସରଣ ସମ୍ପାଦକ ହଳଧର ସେଠୀ, ଜିଲ୍ଲା କଂଗ୍ରେସ କୋଷାଧ୍ୟକ୍ଷ ଭାଗିରଥି ଜେନା, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ସନ୍ତୋଷ ବେହେରା, ନଗର କଂଗ୍ରେସ ସଭାପତି ଦିଲ୍ଲିପ ପ୍ରଧାନ, ବରିଷ୍ଠ କଂଗ୍ରେସ ନେତା ବିଧୁଭୂଷଣ ମହାପାତ୍ର, ପ୍ରକାଶ ମହାନ୍ତି, ପ୍ରଶାନ୍ତ ରାଉତ ପ୍ରମୁଖ ବହୁ ନେତା ଓ କର୍ମୀମାନେ ଶୁଭେଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ