ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା ଜାରି
ଆସିକା(ୱାଇଏନ୍ଏସ୍): ଆସିକା ବ୍ଳକ ପ୍ରଶାସନର ମନୋମୁଖୀ କାର୍ଯ୍ୟ, କେତେକ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିଙ୍କୁ ଅଣଦେଖା, ଦୀର୍ଘ ଦିନ ଧରି ପଞ୍ଚାୟତ ସମିତି ବୈଠକ ନଡାକିବା, ସ୍ଥାୟୀ ବିଡିଓ ନିଯୁକ୍ତି ନକରିବା, ବକେୟା ବିଲ୍ ପୈଠ କରିବା ପ୍ରତିବାଦରେ ଗତ ମଙ୍ଗଳବାର ଠାରୁ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଶାନ୍ତିପୂର୍ଣ୍ଣ ଗଣଧାରଣାକୁ ଗୁରବାର ୩ ଦିନ ବିତି ଯାଇଥିଲା ବେଳେ ଏହି ଜନସ୍ୱାର୍ଥ ସମ୍ବଳିତ କାର୍ଯ୍ୟକ୍ରମକୁ ବହୁ ସଚେତନ ନାଗରିକ ଓ ବୁଦ୍ଧିଜୀବୀ ନୈତିକ ସମର୍ଥନ ଜଣାଉଥିବା ଦେଖିବାକୁ ମିଳିଛି । ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ତଥା ଜିଲ୍ଲା ପରିଷଦ ସଦସ୍ୟ ବି.ମନୋଜ କୁମାର ଦୋରାଙ୍କ ସଂଯୋଜନାରେ ଗୁରବାର ଅନୁଷ୍ଠିତ ହୋଇଥିବା ଏହି ଅନିର୍ଦ୍ଦିଷ୍ଟ କାଳ ଗଣଧାରଣା କାର୍ଯ୍ୟକ୍ରମରେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଜୁ ଯୁବ ଜନତା ଦଳର ଜିଲ୍ଲା ସଭାପତି ନଚିକେତା ସ୍ୱାଇଁ, ବରିଷ୍ଠ ବିଜେଡି ନେତା ଭବାନୀ ଶଙ୍କର ମଲିକ, ବିଜେଡି ନେତା ସନ୍ତୋଷ କୁମାର ନାୟକ, ସରପଞ୍ଚ ଜୟସେନ ସ୍ୱାଇଁ, ଆସିକା ବ୍ଳକ ବିଜେଡି ସଭାପତି ବିଦ୍ୟାନ୍ତ କୁମାର ଚର୍ଚ୍ଚି, ବିଜେଡି ନେତା ଅନିଲ୍ କୁମାର ନାୟକ, ଜୟସେନ ସ୍ୱାଇଁ, ରବିନ୍ଦ୍ର ସାହୁ, ଜି.ସୂର୍ଯ୍ୟପ୍ରକାଶ ରାଓ, ମୋହନ ରାଓ ଦୋରା ପ୍ରମୁଖ ଉଦ୍ବୋଧନ ଦେଇ ଆସିକା ବ୍ଳକ ପ୍ରଶାସନର ବିଭିନ୍ନ ଜନବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିବା ସହ ଆସିକା ଅଞ୍ଚଳର ଜନୈକ ରାଜନେତାଙ୍କ ପରାମର୍ଶରେ ଯେଉଁଭଳି ଭାବେ କେତେକ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଙ୍କ ବିଭିନ୍ନ କ୍ଷେତ୍ରରେ ଅଣଦେଖା କରାଯାଉଛି ତାହାକୁ ତୀବ୍ର ନିନ୍ଦା କରିବା ସହ ସାଧାରଣ ଲୋକଙ୍କ ସ୍ୱାର୍ଥରକ୍ଷା ପାଇଁ ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଏହି ସଂଗ୍ରାମ ଜାରି ରହିବ ଏବଂ ଆସିକାର କେତେକ କାର୍ଯ୍ୟାଳୟରେ ଚାଲିଥିବା ଦୁର୍ନିତୀ, ଅନିୟମିତତା ଓ ବେଆଇନ କାର୍ଯ୍ୟ ବନ୍ଦ ନହେଲେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ବ୍ୟାପକ ଓ ତୀବ୍ରତର ଏବଂ ଶାଣିତ କରାଯିବ ବୋଲି ଦୃଢ ଚେତାବନୀ ଦେଇଥିବା ଦେଖିବାକୁ ମିଳିଥିଲା । ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିଭିନ୍ନ ଦାବୀ ପୂରଣ ଲାଗି ଗତ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଏହି ଗଣଧାରଣା କାର୍ଯ୍ୟକ୍ରମ ଗୁରବାର ୩ୟ ଦିନରେ ପହଞ୍ଚିଥିଲା ବେଳେ ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ନନ୍ଦ କୁମାର ବିଷୋୟୀ, ଭରତ ନାହାକ, ଆରତୀଦେବୀ ସ୍ୱାଇଁ, ଜୟନ୍ତୀ ବେହେରା, ରୁନୁ ସାହୁ, ଅମିତ୍ କୁମାର ନାହାକ, ତ୍ରିନାଥ ବେହେରା, ରବିନ୍ଦ୍ର ସାହୁ, ପ୍ରଣବ କୁମାର ବିଷୋୟୀ, ଅଶ୍ୱିନୀ କୁମାର ବିଷୋୟୀ, ଅରୁଣ ଦଳେଇ, ସତ୍ୟନାରାୟଣ ସାମନ୍ତରା, ଜିତେନ୍ଦ୍ର କୁମାର ମହାରଣା, ଆକାଶ ସ୍ୱାଇଁ, ନିଳାଞ୍ଚଳ ସ୍ୱାଇଁ, ମିଟୁ ନାହାକ, ପୂର୍ଣ୍ଣଚନ୍ଦ୍ର ଗୌଡ, ସନାତନ ବିଶ୍ୱାଳ, କାହ୍ନୁଚରଣ ଦଳେଇ, ସାଇରାଜ ଦଳେଇଙ୍କ ସମେତ ବହୁ ଦଳୀୟ ନେତା ଓ କେତେକ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


