କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣ ସଭା ନିର୍ବାଚନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣ ସଭା ପକ୍ଷରୁ ନିର୍ବାଚନ/ମନୋନୟନ କାର୍ଯ୍ୟକ୍ରମ ଆସନ୍ତା ୧୯ତାରିଖ ରବିବାର ପୂର୍ବାହ୍ନ ୧୦ଟାରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ହେବ। ଏଣୁ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ରାହ୍ମଣମାନେ ଉପରୋକ୍ତ ସମୟ ଓ ସ୍ଥାନରେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ନିବେଦନ କରାଯାଇଛି। ଏସମ୍ପର୍କିତ ସମସ୍ତ ସର୍ତ୍ତାବଳୀ ଉକ୍ତଦିନ ଜଣାଇ ଦିଆଯିବ। ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହୋଇଥିବାରୁ ସମସ୍ତ ବ୍ରାହ୍ମଣମାନେ ଏଥିରେ ଯୋଗଦାନ କରିବାକୁ କେନ୍ଦ୍ରାପଡା ଜିଲ୍ଲା ବ୍ରାହ୍ମଣସଭାର ସମ୍ପାଦକ କିଶୋର ଚନ୍ଦ୍ର ମିଶ୍ର ଅନୁରୋଧ କରି ଏକ ପ୍ରେସବିଜ୍ଞପ୍ତି ମାଧ୍ୟମରେ ଜଣାଇଛନ୍ତି।


