ତାରିଣୀ ମନ୍ଦିରରେ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ

ହାଟଡ଼ିହି (ଓ୍ବାଇଏନଏସ), ହାଟଡିହି ବ୍ଲକ ଛେନାପଦି ଛକରେ ଥିବା ମା ବିଶ୍ୱତାରିଣୀ ମନ୍ଦିର ପରିସରରେ ମାଙ୍କ ଚଇତି ପର୍ବ ଅବସରରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଛେନାପଦି ବଜାର କମିଟିର  ସଂଯୋଜନାରେ ଅନୁଷ୍ଠିତ ଏହି ନାମଯଜ୍ଞରେ ଗତ ମଙ୍ଗଳବାର ରାତିରେ  , ଶୁଶାନ୍ତ ରାଉତ,  ଯୁବରାଜ ସାମଲ, ସରୋଜ ଚକ୍ର, ଚିନ୍ତାମଣି ଜେନା, ବାବନ ବିଶ୍ବାଳ,  ଅକ୍ଷୟ କୁମାର ଜେନା, ସଞ୍ଜୟ ସାହୁ , ପପୁ ସାହୁ, ଆକାଶ ସାଙ୍କ ଦ୍ୱାରା ଶାସଙ୍ଗ ବାଲିଆ ପୋଖରୀରୁ  ଘଟ୍ଟୋତ୍ତଳନ କରାଯାଇ କଳଶ ଶୋଭାଯାତ୍ରା ବଜାର  ପରିକ୍ରମା କରିବାପରେ ନାମଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇ ଅହୋରାତ୍ର ନାମ ସଙ୍କିର୍ତ୍ତନ କରାଯାଇଥିଲା । ଏଥିରେ  କରଗୋଳା, ରଗୁଡି, ଅକରୁଆ, ଶିବନାରାୟଣପୁର,ରାଉତରାୟପୁର, ସୁଳଣ, ପୋଡାଖମଣ, ବାଲିପସି, ଖଡ଼ିପାଳ, କୋଡପଡ଼ା, , ମଙ୍ଗରାଜପୂର ପ୍ରଭୃତି ଗ୍ରାମର ସଙ୍କିର୍ତ୍ତନ ଦଳ ଗୁଡିକ ଯୋଗଦେଇ ନାମସଙ୍କିର୍ତ୍ତନ କରିଥିଲେ । ଏହି ନାମଯଜ୍ଞରେ ବିଦ୍ୟାଧରପୁର, ପଢ଼ିଆରିପଲ୍ଲୀ, ଛେନାପଦି, ଶାଳଣିଆଁ, ଡଅଁର, ହାଟଡିହି, ରମ୍ପାସ, ଢ଼େଙ୍କା, ସଢ଼ା, ମରୈଗାଁ,  ମୁଗୁପୁର, ଆଇତିପୁର, ଡଅଁର, ପନ୍ଦାଡୋ, ଶାଳଣିଆଁ, ସୋସୋ, ସଢା, ବଞ୍ଚୋ ପ୍ରଭୃତି ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ  ଯୋଗଦେଇଥିବା ବେଳେ ଆଜି ଶହଶହ ଗୌରଭକ୍ତ ବୃନ୍ଦଙ୍କ ଦ୍ୱାରା ନଗର କିର୍ତ୍ତନ କରାଯିବାପରେ ରାତିରେ ଦଧିଭାଣ୍ଡ ଭଙ୍ଗାଯାଇ କଳଶ ବିସର୍ଜନ କରାଯାଇଥିଲା ।  କୃଷ୍ଣଚନ୍ଦ୍ର ଜେନା,  କିଶୋର ଆଚାର୍ଯ୍ୟ, ଦେବେନ୍ଦ୍ର କୁମାର ଜେନା, ପଞ୍ଚାନନ ବେହେରା, ସୁଧାକର ଓଝା,  ହିମାଶୁଂ ନାୟକ, ଅଜୟ ଲେଙ୍କା, ମହେଶ୍ୱର ସା, ସରୋଜ କୁମାର ଚକ୍ର, ଅମିୟ  ନାୟକ,  ଆକାଶ ସା, ଧରିଆ ସା, ସତିଶ ଯାଦବ, ଲିପୁ ଦଳେଇ, ହଳଧର ଜେନା, ଦୁର୍ଯ୍ୟୋଧନ  ସାହୁ, ସଞ୍ଜୟ ପତି, ବିକାଶ ବିଶ୍ୱାଳ, ଆକାଶ ସା,  ସୁବାସ ଓଝା,  ଚକ୍ରଧର ସାହୁ, ରବିନ୍ଦ୍ର ବେହେରା, ହଳଧର ଜେନା, ସୁଧିର ବିଶ୍ୱାଳ, ଚୈତନ ପୁହାଣ, ହିମାଶୁଂ ବେହେରା, ଅଜୟ ମହାନ୍ତି,ଙ୍କ ସମେତ ବଜାର କମିଟିର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ