ବିଜେପି ପକ୍ଷରୁ ଜନ ଆକ୍ରୋଶ ମହିଳା ପଦଯାତ୍ରା
କେନ୍ଦୁଝର, (ଓ୍ବାଇଏନଏସ) : ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବୁଧବାର କେନ୍ଦୁଝର ଜିଲ୍ଲା ଶାଳଣିଆଁରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅନୁଷ୍ଠିତ ହୋଇଛି। ମହିଳାମାନଙ୍କୁ ସାମ୍ବିଧାନିକ ଅଧିକାର ଦେବା ଦାବିରେ ବିଜେପି ପକ୍ଷରୁ ଏହି ପଦଯାତ୍ରା ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ମହିଳାମାନଙ୍କ ପାଇଁ ଲଢ଼େଇ ଜାରି ରହିବ ବୋଲି ବିଜେପି ନେତା ଆଲୋକ ସେଠୀ, ଜିଲ୍ଲା ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ପ୍ରମୁଖ କହିଛନ୍ତି। ହଜାର ହଜାର ମହିଳା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ । ମେଡିକାଲ ନିକଟରୁ ମହିଳା ମାନେ ପଦଯାତ୍ରାରେ ବାହାରି ବଜାର ପରିକ୍ରମା କରିବା ପରେ ଜଳସେଚନ ଡାକ ବଙ୍ଗଳା ସମ୍ମୁଖରେ ପହଞ୍ଚିଥିଲେ । ବିଶେଷକରି ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କ ବିରୁଦ୍ଧରେ ନାରାବାଜି କରାଯାଇଥିଲା । ମହିଳାମାନଙ୍କୁ ସଶକ୍ତ କରିବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ନାରୀଶକ୍ତି ବନ୍ଦନ’ ଅଧିନିୟମ ଆଣିଥିଲେ । ଏହି ଅଧିନିୟମ ମହିଳାମାନଙ୍କ ପାଇଁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ଆସନ ସଂରକ୍ଷଣକୁ ସୁନିଶ୍ଚିତ କରୁଥିଲା। କଂଗ୍ରେସ ନେତୃତ୍ବାଧୀନ ଇଣ୍ଡି ମେଣ୍ଟ ଏହାକୁ ସଂସଦରେ ପାରିତ କରାଇଦେଲେ ନାହିଁ | ବିଜେଡି ମଧ୍ୟ ଏହି ବିଲ୍କୁ ବିରୋଧ କରିଥିଲା। ଏଥିରୁ ବିରୋଧୀ ଦଳ ଗୁଡ଼ିକର ମହିଳା ବିରୋଧୀ ଆଭିମୁଖ୍ୟ ସ୍ପଷ୍ଟ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପଦଯାତ୍ରାରେ ଜିଲ୍ଲା ମହିଳା ନେତ୍ରୀ ତୃପ୍ତିମୟୀ ଜେନା, ଦେବକୀ ନାୟକ, ବିଷ୍ନୁପ୍ରିୟା ନାୟକ, ରତ୍ନପ୍ରଭା ନାୟକ, ମାନି ଦାଶ, ଅନ୍ନପୂର୍ଣ୍ଣା ବେହେରା, ସତ୍ୟଭାମା ସାହୁ, ଯାଜ୍ଞସେନୀ ପାତ୍ର, ପଦ୍ମିନୀ ଦାଶ, ସୁକାନ୍ତି ସେନାପତି, ଇତିଶ୍ରୀ ଜେନା, ସନ୍ଧ୍ୟାରାଣୀ ଦାଶ, ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଇତିଶ୍ରୀ ଜେନା, ସସ୍ମିତା ନାୟକ, ମମତା ରାଣୀ ପାତ୍ର, ଅନିମେଞ୍ଜରୀ ନାୟକ, ମନୋରମା ଶଙ୍ଖୁଆ, ମଞ୍ଜୁଲତା ଜେନା ପ୍ରମୁଖ ମହିଳା ମାନେ ନେତୃତ୍ୱ ନେଇଥିଲେ। ଯୁଧିଷ୍ଠିର ମଲ୍ଲିକ, ହରମୋହନ ଶାସିନୀ, ଯୋଗେନ୍ଦ୍ର ବେହେରା, ଅନ୍ତର୍ଯ୍ୟାମୀ ଖଣ୍ଡେଇ, ତାରିଣୀ ସେନାପତି, ମଣି ଚରଣ ଜେନା, ଜଗନ୍ନାଥ ବାରିକ, ସୁଧାଂଶୁ ବେହେରା, ରବି ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।


