ମଦ ଜବତ କଲା ଅବକାରୀ ବିଭାଗ, ୩ ଗିରଫ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଅବକାରୀ ଅଧୀକ୍ଷକ ତେଯରାଜ ଯାନୀଙ୍କ ନିର୍ଦେଶକ୍ରମେ ହାଟଡିହି ଅବକାରୀ ରେଞ୍ଜ ପକ୍ଷରୁ ଅବକାରୀ ନିରୀକ୍ଷକ ବ୍ରଜମୋହନ ମଲ୍ଲିକ ଏବଂ ହାଟଡିହି ଅବକାରୀ ଥାନା କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ବତନ୍ତ୍ର ଟିମ୍ ନନ୍ଦିପଦା ଓ ସୋସୋ ଥାନା ଅଧିନସ୍ଥ ସୁନ୍ଦରାପାଳ, ପୁରୁଣାପାଣି, ଷଡଙ୍ଗା, ସୋସୋ ଆଦି ଅଞ୍ଚଳରେ ଚଢଉ କରି ୩୪ ଲିଟର ଦେଶୀ ମଦ ଓ ୨୦ ଲିଟର ୧୦୦ ମି.ଲି ବିଦେଶୀ ମଦ ଜବତ କରିବା ସହ ଉକ୍ତ ଗ୍ରାମର ହାଜମ ମାରାଣ୍ଡି, ସବେନ ବେସରା, ଅଶୋକ ସୋରେନ ଓ ବ୍ରହ୍ମାନନ୍ଦ ସିଂଙ୍କ ନାମରେ ହାଟଡିହି ଅବକାରୀ ବିଭାଗ ପକ୍ଷରୁ ୪ ଗୋଟି ଅବକାରୀ ମାମଲା ରୁଜୁ କରାଯାଇଛି। ଏହି ଘଟଣାରେ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ହୋଇଯାଇଛି। ଉକ୍ତ ଚଢଉରେ ହାଟଡିହି ଅବକାରୀ ଥାନା ସହ ଉପନିରୀକ୍ଷକ ସୁଶାନ୍ତ ରାଉତ, କନେଷ୍ଟବଳ ଜଗମୋହନ ବେହେରା, ଅରତୀ ବେହେରା, ସୁରେଶ ବେହେରା ପ୍ରମୁଖ ସାମିଲ ଥିଲେ।


