ରକ୍ତଦାନ ଶିବିର

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ସେଣ୍ଟ ଜୋସେଫ ଚର୍ଚ୍ଚ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥ୍ ଭାବେ ଗଜପତି ଏସପି ଯତୀନ୍ଦ୍ର କୁମାର ପଣ୍ଡା ଯୋଗଦେଇ ରକ୍ତଦାନ ଶିବିରକୁ ଶୁଭାରମ୍ଭ କରିଛନ୍ତି । ଗଜପତି ସିଡ଼ିଏମଓ ଏମ. ଏମ ଅଲ୍ଲୀ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ. ଏହି ଶିବିରରେ ସ୍ବେଚ୍ଛାକୃତ ଭାବେ 40 ଜଣ 40 ୟୁନିଟ ରକ୍ତଦାନ କରିଥିଲେ. ଚର୍ଚ୍ଚର ଫାଦର ଅଜିତ ନାୟକଙ୍କ ନେତୃତ୍ୱରେ ଶିବିର ଆୟୋଜନ କରଯାଇଥିବା ବେଳେ ସମାଜସେବୀ ଆମୋଦ କୁମାର ବର୍ଦ୍ଧନ ଓ ଲାଜର ଲିମା ଏବଂ ଚର୍ଚ୍ଚର ଅନ୍ୟତମ ସହଯୋଗୀ ସାଇମନଙ୍କ ସମେତ ଚର୍ଚ୍ଚ କମିଟିର ସମସ୍ତ ସଦସ୍ୟ ଓ ବହୁ ଖ୍ରୀଷ୍ଟ ଧର୍ମାବଲାମ୍ବୀ ଯୋଗ ଦେଇଥିଲେ । ଏହି ଶିବିରରେ ମୋଟ 40 ୟୁନିଟ ରକ୍ତ ସଂଗ୍ରହ କରଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ