ରାଜ୍ୟ ସ୍ତରୀୟ ଟ୍ୱେଣ୍ଟି ଟ୍ୱେଣ୍ଟି କୋଣାର୍କ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କୋଣାର୍କ (ଗଣେଶ ଚନ୍ଦ୍ର ବେହେରା) : କୋଣାର୍କ ବସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳ ପଡିଆରେ ଆୟୋଜିତ ପ୍ରଥମ ରାଜ୍ୟ ସ୍ତରୀୟ କୋଣାର୍କ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଂଟର ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚ ରେ ଭୁବନେଶ୍ୱର ମୁକ୍ତେଶ୍ଵର କ୍ରିକେଟ କ୍ଳବ୍ କୁ ହରାଇ ପୁରୀ ମହାବୀର ସ୍ପୋଟିଂ ସେମିଫାଇନାଲ କୁ ଉତ୍ତୀର୍ଣ୍ଣ ହୋଇଛି । ପ୍ରଥମେ ବ୍ୟାଟିଂ କରି ମୁକ୍ତେଶ୍ଵର ଦଳ ନିର୍ଦ୍ଧାରିତ ୧୮ ଓଭର ମ୍ୟାଚ୍ ରେ ୭ ୱିକେଟ କରାଇ ୧୪୭ ରନ ସଂଗ୍ରହ କରିଥିଲେ । ମୁକ୍ତେଶ୍ଵର ଦଳର ଶ୍ରେୟାଂସୁ  କୁମାର ପଟ୍ଟନାୟକ ସର୍ବାଧିକ ୬୯ ରନ ସଂଗ୍ରହ କରିଥିଲେ । ମହାବୀର ସ୍ପୋର୍ଟିଂର ପଦ୍ମଲୋଚନ ପଣ୍ଡା ସର୍ବାଧିକ ୩ଟି ୱିକେଟ ଅକ୍ତିଆର କରିଥିଲେ । ଜବାବରେ ମହାବୀର ସ୍ପୋର୍ଟିଂ  ସାତ ୱିକେଟ ହରାଇ ୧୭ ଓଭର ୧ ବଲ ଖେଳି ବିଜୟ ଲକ୍ଷ ହାସଲ କରିଥିଲେ । ଅଜୟ ମାଝୀ ସର୍ବାଧିକ ୩୮ ରନ , ଚନ୍ଦନ ଜେନା ୭ଟି ବଲ ରେ ଦ୍ରୁତ ଅପରାଜିତ ୨୫ ରନ କରି ମୁକ୍ତେଶ୍ଵର ଠାରୁ ମ୍ୟାଚ୍ ଛଡାଇ ନେଇଥିଲା । ଚନ୍ଦନ ଜେନା ମ୍ୟାନ ଅଫ୍ ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ ।
ଓସିଏ ପ୍ୟାନେଲ ଆମ୍ପେୟାର ଅୟସକାନ୍ତ ମିଶ୍ର ,ସତ୍ୟବ୍ରତ ମହାପାତ୍ର ଉଦଘାଟନୀ ମ୍ୟାଚ୍ କୁ ପରିଚାଳନା କରିଥିଲେ । ଉଦଘାଟନୀ ସମାରୋହରେ  ସ୍ଥାନୀୟ ବିଧାୟକ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଓ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସ୍ଵାଧୀନ କୁମାର ନାୟକ,ଜିଲ୍ଲାପରିଷଦ ସଦସ୍ୟା ପୁଷ୍ପରାଣୀ ସ୍ୱାଇଁ , କୋଣାର୍କ ଏନ ଏ ସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀ ,  କୋଣାର୍କ ଏନ୍ଏସି ଉପାଧ୍ୟକ୍ଷ ସୁରେଶ ରାଉତରାୟ , ଡଃ ବିଦୁଭୁଷଣ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଥମ ଟ୍ୱେଣ୍ଟି ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରିଥିଲେ । ଦ୍ଵିତୀୟ କ୍ବାର୍ଟର ଫାଇନାଲରେ ଖୋର୍ଦ୍ଧା ରୋଡ଼,  ଇଷ୍ଟ କୋଷ୍ଟ ରେଲୱେ ଓ ଭାରତ ଭୁଷଣ କ୍ରିକେଟଏକାଡେମୀ ,ଭୁବନେଶ୍ୱର ମଧ୍ୟରେ ଅନୁଷ୍ଠିତ ହେବ । ସ୍ପୋର୍ଟସ ଏକାଡେମୀର  କୋଷାଧକ୍ଷ ଶିଶିର କୁମାର ସେଠ, ସମ୍ପାଦକ ରମାକାନ୍ତ ଖଟୋଇ , ଉପସଭାପତି ରଶ୍ମିରଞ୍ଜନ ବିଶ୍ୱାଳ , ସ୍ଵାଧୀନ ନାୟକ ,ରମେଶ ନାୟକ , ସୁଜିତ୍ ରାଉତରାୟ , ଗିରିଜା ଶଙ୍କର ବେଉରା ପ୍ରମୁଖ   ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ । ରାଜେନ୍ଦ୍ର ଦଳାଇ ,ପ୍ରଦୀପ୍ତ ସିହ୍ନା ,ଜ୍ଞାନ ରଞ୍ଜନ ବିଶ୍ବାଳ ପ୍ରମୁଖ ସ୍କୋର ବୋର୍ଡ ପରିଚାଳନା କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ