ରାସ୍ତା କଡ଼ ମେଘା ପ୍ରକଳ୍ପ ଖଲରେ ପଡିଲା ବସ,ଅଳ୍ପକେ ବର୍ତିଲେ ଯାତ୍ରୀ

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ଚାଲୁଥିବା ମେଘା ପ୍ରକଳ୍ପର ପାଇପ ଲାଇନ ଖାଲରେ ଫସି ଦବି ଯିବାରୁ ଅଳ୍ପକେ ବର୍ତିଲେ ଯାତ୍ରୀ। ମେଘା ପ୍ରକଳ୍ପର ପାଣି ବିଭିନ୍ନ ପଞ୍ଚାୟତକୁ ଯୋଗାଣ କରିବା ପାଇଁ ପୂର୍ତ୍ତ ଓ ଗ୍ରାମ୍ୟ ନିର୍ମାଣ ବିଭାଗର ରାସ୍ତାର ଠିକ କଡ଼ରର ଖୋଳି ଥାନ୍ତି ଠିକା ସଂସ୍ଥା। ବିଭଗୀୟ ଅଫହିଁକାରୀଙ୍କ ମଧ୍ୟ ଜଣାନ୍ତି ନାହିଁ। ପଲମା ଠାରୁ କଲ୍ୟାଣସିଂହପୁର ଆସୁଥିବା ସରକାରୀ ମୋ ବସ ପଲମା ନିକଟରେ ଏକ ପାଇପ ଖୋଳା ଖାଲରେ ପଡିଯାଇଥିଲା। ଯାହାଫଲରେ ଯାତ୍ରୀଙ୍କୁ ଝଟକା ଲାଗିଥିବାରୁ ଭୟରେ ପଡି ଯାଇଥିଲେ। ଏଭଳି ମେଘା ପ୍ରକଳ୍ପ ଖୋଲୁଥିବା ଗାତରେ ପଡି ଅନେକ ଆହତ ହୋଇଥିବା ନଜରୀ ରହିଛି। ଭଗ୍ୟ ବଶତଃ କାହାରିକୁ କିଛି ହୋଇନି। ଏମିତି ମେଘା ପ୍ରକଳ୍ପ କାର୍ଯ୍ୟ ପ୍ରାୟ ତିନି ବର୍ଷରୁ ଅଧିକ ହୋଇ ଥିଲେ ମଧ୍ୟ କାର୍ଯ୍ୟ ବିଳମ୍ବ କରୁଛି। ବିଭାଗ ଓ ଠିକାଦାରଙ୍କ ମଧ୍ୟରର ଥିବା ମଧୁଚନ୍ଦ୍ରିକା ପଦାକୁ ଆସି ଯାଇଥିବା କଥା ଆଲୋଚନା ହେଉଛି। କୋଟି କୋଟି ଟଙ୍କାର ରାସ୍ତା ପୂର୍ତ୍ତ, ଆରଡ଼ି, ବ୍ଲକ, ପଞ୍ଚାୟତ ଓ ଆଇଟି ଡିଏ ର ରାସ୍ତା ବିନା ଅନୁମତିରେ ଖୋଳି ନଷ୍ଟ କରୁଥିଲେ ଉକ୍ତ ବିଭାଗର ଅଧିକାରୀଙ୍କ ତାଗିଡି ନଥିବା ନା ସଲା ସୁତୁରାରେ କାର୍ଯ୍ୟ ଚାଲିବା ଘଟଣାକୁ ଆଶ୍ଚର୍ଯ୍ୟ କରୁଛି। ବହୁ କଷ୍ଟରେ ନିର୍ବାଚନ ସମୟରେ ପ୍ରତିଶୃତି ଦେଇ ରାସ୍ତା କରିଥିବା ବେଳେ ମେଘା ପ୍ରକଳ୍ପ ଭାଙ୍ଗି ନଷ୍ଟ କରିଦେଇଛି। ନିୟମରେ ସିମେଣ୍ଟ ପିଚୁ ରାସ୍ତା ଖୋଲିବା ପୂର୍ବରୁ ଅଧିକାରୀଙ୍କ ନିର୍ଦେଶ ଓ ପରେ ମରାମତି କରିବା ପାଇଁ କଡା ନିର୍ଦେଶ ରହିଛି। କିନ୍ତୁ ମେଘା ପ୍ରକଳ୍ପ ନିର୍ମାଣ କରୁଥିବା ଠିକାଦାର ବରଖାତିରି କଲେ ସୁଦ୍ଧା କେହି ପାଟି ଖୋଲୁ ନଥିବାରୁ ଏଭଳି ବସ ଦୁର୍ଘଟଣା ଭଳି ଘଟଣା ଅନେକ ଘଟୁଛି। ଏହିଘଟଣା ପାଇଁ କିଏ ଦୋଷ ମୁଣ୍ଡାଇବାକୁ ନାରାଜ ବୋଲି ବ୍ଲକ ବାସି ଅଭିଯୋଗ କରିଛନ୍ତି।ରାସ୍ତାର କଡ଼ ଡ୍ରେନ ଆର ପଟ ଖୋଳି ନେବାରୁ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ