ବିଜେପି ପକ୍ଷରୁ ବିଜେପି ସ୍ଥାପନା ଦିବସ ପାଳନ

ବାଲେଶ୍ୱର, (ସରୋଜ ପଣ୍ଡା): ଖାନନଗର ସ୍ଥିତ ଜିଲ୍ଲା ବିଜେପି ମୁଖ୍ୟାଳୟରେ ବିଜେପି ପକ୍ଷରୁ ୪୬ତମ ସ୍ଥାପନା ଦିବସ ପାଳନ ହୋଇଯାଇଛି। ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାନ ସଭା ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ ଦତ୍ତ, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର ଓ ଶୋଭନା ମହାନ୍ତି, ରାଜ୍ୟ ପରିଷଦ ସଦସ୍ୟା ସୁଷମା ବିଶ୍ଵାଳ ପ୍ରମୁଖ ମଞ୍ଚାସିନ ରହି ଦଳର ସ୍ଥାପନା, ଦଳର ପୃଷ୍ଠଭୂମି ବିଷୟରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ପରିଚାଳନା କରିଥିଲେ। ମୁଖ୍ୟବକ୍ତା ଭାବେ ସାଂସଦ ଶ୍ରୀଯୁକ୍ତ ପ୍ରତାପ ଷଡ଼ଙ୍ଗୀ ବିସ୍ତୃତ ଭାବେ କହିଥିଲେ, କେଉଁ ପରିସ୍ଥିତିରେ ୧୯୮୦ ମସିହା ଏପ୍ରିଲ ୬ତାରିଖରେ ଭାରତୀୟ ଜନତା ପାର୍ଟିର ସ୍ଥାପନା କରାଯାଇଥିଲା। ସେ ସମୟରେ ଦେଶର କ’ଣ ଆବଶ୍ୟକତା ଥିଲା ? ସ୍ବର୍ଗତ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପାୟୀ, ଭାରତରତ୍ନ ଲାଲକୃଷ୍ଣ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ସମେତ କିଛି ଆଗଧାଡିର ନେତୃତ୍ୱଙ୍କ ତତ୍ବାବଧାନରେ ଭାରତୀୟ ଜନତା ପାର୍ଟିର ଜନ୍ମ ହୋଇଥିଲା। ଜାତିୟତା, ରାଷ୍ଟ୍ରବାଦ, ଗରିବ କଲ୍ୟାଣ, ସମାଜରେ ଅନ୍ତିମ ପଂକ୍ତିରେ ଥିବା ବ୍ୟକ୍ତର ଉତ୍ଥାନ, ଧାରା ୩୭୦ ଉଚ୍ଛେଦ, ଦେଶରେ ଏକ ପ୍ରଧାନ-ଏକ ନିଶାନ- ଏକ ବିଧାନ ପ୍ରତିଷ୍ଠା, ରାମମନ୍ଦିର ନିର୍ମାଣର ପଥ ପ୍ରଶସ୍ତ କରିବା, ଦେଶକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବା ଭଳି ଉଚ୍ଚକୋଟୀର ଲକ୍ଷ ନେଇ ଦଳର ନିର୍ମାଣ କରାଯାଇଥିଲା। ସେ କହିଥିଲେ ଯେ ବଳିଷ୍ଠ ନେତୃତ୍ବ, ଦୃଢ ଇଚ୍ଛାଶକ୍ତି ଓ ଶୃଙ୍ଖଳିତ ବିଚାରଧାରାକୁ ପାଥେୟ କରି ଦଳର ମୁଖ୍ୟ ବିନ୍ଦୁ ଗୁଡ଼ିକର ସମାଧାନ କରିପାରିଛି। ଏହା ସମ୍ଭବ ହୋଇପାରିଛି ଦଳର କୋଟି କୋଟି ଦେବ ଦୂର୍ଲଭ୍ୟ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ, ବଳିଦାନ, ତପସ୍ୟା ବଳରେ। କାଶ୍ମୀର ଆମ ଦେଶର ଅଂଶ କେବଳ କାଗଜ କଲମରେ ସିମୀତ ଥିଲା। ସେଠାରେ କୌଣସି ଭାରତୀୟ ଆଇନ୍ କାନୁନ୍ ଚାଲୁ ନଥିଲା। ଏହାକୁ ବିରୋଧ କରି ଡ଼କ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଦ୍ବାରା ଗଠିତ ଭାରତୀୟ ଜନସଂଘ ପରବର୍ତ୍ତୀ କାଳରେ ଭାରତୀୟ ଜନତା ପାର୍ଟିର କଳେବରରେ ଧାରା ୩୭୦ ଓ ୩୫କ ଉଚ୍ଛେଦ କରି ଅଧିକାରିକ ଭାବେ ଜମ୍ମୁକାଶ୍ମୀର ବିଲୟ ଘଟାଇଥିଲେ। ଯାହା ଏକ ଐତିହାସିକ ଓ ଅସାଧ୍ୟ ପଦକ୍ଷେପ ଥିଲା। ବିଜେପିର ନେତୃତ୍ୱରେ ଆମ ଦେଶ ଅନେକ କିଛି ପାଇଛନ୍ତି, ତତ୍କାଳୀନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦୃଢ଼ତାର କାରଣ ସ୍ବରୂପ ଆମ ଦେଶ ଆଣବିକ କ୍ଷମତା ସମ୍ପର୍ନ୍ନ ହୋଇପାରିଛି। ଭାରତରତ୍ନ ଲାଲକୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ରାମମନ୍ଦିର ଆନ୍ଦୋଳନକୁ ସଫଳତାର ରାସ୍ତାରେ ଗତିମାନ କରାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଆଜି ଦେଶର ଗାରୀମା ବିଶ୍ଵର ଶିଖରତମ ସ୍ଥାନରେ। ଅର୍ଥନୀତିରେ ଦେଶ ଆଜି ପଞ୍ଚମ ସ୍ଥାନରେ ଖୁବଶୀଘ୍ର ତୃତୀୟ ସ୍ଥାନ ଦଖଲ କରିବ ବୋଲି ପ୍ରଧାନମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦେଶର ସାମରିକ ଶକ୍ତି ବଳରେ ଚାଇନା ମଧ୍ୟ ନତମସ୍ତକ ହେଲା। ବୈଷୟିକ ସମସ୍ୟାର ସମାଧାନ ଦିଗରେ ଆମ ଦେଶର ଭୂମିକା ଉଲ୍ଲେଖଯୋଗ୍ୟ। ଠିକ୍ ଯେମିତି କୋଟି କୋଟି କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ବଳିଦାନ ତପସ୍ୟା ଯୋଗୁଁ ଆମେ ଆଜି ବିଶ୍ବର ଏକ ନମ୍ବର ଦଳ ଓ ଦେଶର ଏକମାତ୍ର ରାଷ୍ଟ୍ରୀବାଦୀ ରାଜନୈତିକ ଦଳ ହୋଇ ପାରିଛି ଏହାକୁ ବଜାୟ ରଖିବାକୁ ଆମ ସମସ୍ତଙ୍କର ଦାୟିତ୍ୱ। ରାଜନୀତି କ୍ଷମତା ପାଇଁ ନୁହେଁ ରାଜନୀତି ମାଧ୍ୟମରେ ରାଷ୍ଟ୍ର ନିର୍ମାଣ, ଗରିବ କଲ୍ୟାଣ, ଲୋକଙ୍କ ସେବାର ମାଧ୍ୟମ ହେବା ଦରକାର। ଯେମିତି ନିକଟରେ ଓ୍ବାକଫ ସଂଶୋଧନ ବିଲ୍ ପାରିତ ହେଲା ସେମିତି ଆଗାମୀ ଦିନରେ “ଗୋଟିଏ ଦେଶ ଗୋଟିଏ ନିର୍ବାଚନ” “ଏକକ ଦେଓ୍ବାନି ବିଧି” “ଜନସଂଖ୍ୟା ନିୟନ୍ତ୍ରଣ” “ଗୋହତ୍ୟା ନିରୋଧ” ବିଲ୍ ପାରିତ ହୋଇ ଆଇନରେ ପରିଣତ ହେବ। ଏହାପରେ ଜିଲ୍ଲାର ବୟୋଜ୍ୟେଷ୍ଠ ନେତୃତ୍ୱ ମିହିର ବାରିକ୍, ସୋର ନଗରର ପୂର୍ବତନ ଚେୟାରମେନ ଆଶିସ କୁମାର ଦାଶ, ଡାକ୍ତର ବାସୁଦେବ ମଲ୍ଲିକ, ରାଧାମାଧବ କାନୁନଗୋ, ପର୍ଶୁରାମ ବାରିକ, ଜଗବନ୍ଧୁ ନାୟକ, ପୂର୍ଣ୍ଣଚନ୍ଦ୍ର ରାଉତ, ନିରଞ୍ଜନ ବିଶ୍ବାଳ, ମହେନ୍ଦ୍ର ଦାସ, ସନାତନ ନନ୍ଦ ଓ ବଳିଷ୍ଠ ନେତୃତ୍ବ ଜୀବନ ପ୍ରଦୀପ ଦାସ, ଲମ୍ବୋଦର ନାୟକ, ସୁଷମା ରାଣୀ ବିଶ୍ବାଳ, ପର୍ଶୁରାମ ପରିଡ଼ା, ବିପିନ ମାରାଣ୍ଡି, କରୁଣାକର ପଣ୍ଡା, ସୋର ନଗରର ପୂର୍ବତନ ଚେୟାରମେନ ନଳିନୀକାନ୍ତ ମହାପାତ୍ର , ସୀତାକାନ୍ତ ମହାପାତ୍ର, କମଳା ବିନ୍ଧାଣୀଙ୍କୁ ପ୍ରତିଷ୍ଠା ଦିବସରେ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ଗଛଚାରା ଉପହାର ଦେଇ ସମ୍ବର୍ଧିତ କରାଯାଇଥିଲା। ଏହି ଅବସରରେ ଜିଲ୍ଲା କାର୍ଯ୍ୟାଳୟରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ବୃକ୍ଷ ରୋପଣ କରିଥିଲେ। ଶେଷରେ ଜିଲ୍ଲା ଉପସଭାପତି କରୁଣାକର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଚନ୍ଦ୍ରଶେଖର ନନ୍ଦ, ଶ୍ରୀନିବାସ ପ୍ରଧାନ, ରଞ୍ଜିତ ପୁଷ୍ଟି, ବିକାଶ ପାଢୀ, ନାରାୟଣ ମହନ୍ତ, ବିଜୟ ସାହୁ, ରାଜେଶ ମହାକୁଡ, ଗୌରାଙ୍ଗ ଦାସ, ସତ୍ଯଶିବସୁନ୍ଦର ଦାସ, ରୋଜାଲିନ ପାଣି, ସନ୍ତୋଷ ସେଠୀ ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ