ଶ୍ରମିକ ଦିବସ ପାଳନ
ଚିକିଟି(ଦୀପ୍ତି ରଞ୍ଜନ ପାଢ଼ୀ ):ଚିକିଟି ପେଣ୍ଠ ମା ମୁକ୍ତାଦେବୀ ରାଜ ମିସ୍ତ୍ରୀ ସଂଘ ଦ୍ୱାରା ଶ୍ରମିକ ଦିବସ ପାଳନ କରି ଅସ୍ଥିତ୍ୱ ଜାହିର କରାଯାଇଛି.ସଭାପତି ରାଜୁ ସାହୁ ଙ୍କ ନେତୃତ୍ୱ ରେ ସଂଘ କର୍ମକର୍ତ୍ତା ଙ୍କ ସାମାଜିକ ସୁରକ୍ଷା ଓ ନିର୍ମାଣ କୌଶଳ ଦକ୍ଷତା ବୃଦ୍ଧି ଦିଗ ରେ ଗୁରୁତ୍ୱ ଦିଆଯାଇଛି.ଏ ଅବସରରେ ଚିକିଟି ପେଣ୍ଠ,କରବାଲୁଆ ପଦଯାତ୍ରା ପୂର୍ଵକ ଶ୍ରମିକ ଏକତା ନାରା ଦେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ.କ୍ଷେତ୍ର ରେ କାର୍ଯ୍ୟରତ ସମୟ ରେ ସେମାନଙ୍କୁ ସୁରକ୍ଷା ଓ ଆବଶ୍ୟକୀୟ ପ୍ରାପ୍ୟ ସମ୍ପର୍କ ରେ ବୈଠକ ରେ ଆଲୋଚନା ମଧ୍ୟ ହୋଇଥିଲା। ଅନ୍ୟ ପକ୍ଷ ରେ ମୁଖ୍ୟ ରୂପେ ଏକ କୋଠ ଘର ସହିତ ଲେବର କାର୍ଡ ପ୍ରସ୍ତୁତି ସମୟ ରେ ବେଳେ ବେଳେ ବିଭିନ୍ନ ବାଧା ସୃଷ୍ଟି ହେବାରୁ ସମାଧାନ ଆଶା ରଖିଥିଲେ.ଅନ୍ୟ ପକ୍ଷ ରେ ନିର୍ମାଣ ସମୟ ରେ ଗୃହ କର୍ତ୍ତା ଙ୍କୁ ମିସ୍ତ୍ରୀ ହିସାବ ରେ ଉପଯୁକ୍ତ ସେବା ଯୋଗେଇବା ନେଇ ସଂକଳ୍ପ ନେଇଥିଲେ.


