ବାଲ୍ୟବିବାହକୁ ରୋକିଲା ଚାଇଲଡ଼ ହେଲ୍ପ ଲାଇନ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ଚାଇଲଡ଼ ହେଲ୍ପ ଲାଇନକୁ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ଆସିଲା ଗୁମ୍ମା ବ୍ଲକ ପରିଡା ଗ୍ରାମପଞ୍ଚାୟତର ଗୋଟିଏ ବାଲ୍ୟ ବିବାହ ହେବାକୁ ଯାଉଅଛି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ ଗୁମ୍ମା ବ୍ଲକର ସିଡିପିଓ,, ଡିସିପିୟୁର ସଦସ୍ୟ ଚାଇଲଡ଼ ହେଲ୍ପ ଲାଇନର କେଶ ୱର୍କର , ସଖୀ କେନ୍ଦ୍ରର ସଦସ୍ୟା, ଆଭା ଏନଜିଓ ସଦସ୍ୟା , ସେରଙ୍ଗ ଥାନା ଅଧିନରେ ଥିବା  ଗାଇବା ଫାଣ୍ଡିର ପୋଲିସଙ୍କ ସହ ମିଶି ଉକ୍ତ ବିବାହ  ହୋଉଥିବା ସ୍ଥାନରେ ପହଁଞ୍ଚିଲେ | ଗଜପତି ଜିଲ୍ଲାରେ ପ୍ରଥମ ଥର ପାଇଁ ଦେଖିବାକୁ ପାଇଲୁ ଯେ ବିବାହ କାର୍ଯ୍ୟ ସମ୍ପନ୍ନ କରିବାକୁ ଆସିଥିବା ପୂରହିତ ଝିଅର ବିବାହର ପ୍ରକୃତ ବୟସ ହୋଇନି ବୋଲି ଜାଣି ବିବାହ ନକରି ବିବାହ ମଣ୍ଡପରୁ ଟିମ ଆସିବା ପୂର୍ବରୁ ପଳାୟନ କରିଥିଲେ. ସେଠାରେ ସମ୍ପୃକ୍ତ ଟିମ ପହଞ୍ଚି ବାଲ୍ୟ ବିବାହର ନିରୋଧ ଆଇନ ଓ ତାର ଦଣ୍ଡ ବିଧାନ ବିଷୟରେ ଜଣାଇଥିଲେ ଝିଅଟିର ବୟସ ୧୭ ବର୍ଷ ୯ମାସ ହୋଇଥିବାରୁ ଝିଅଟି କୁ ବିବାହ ସ୍ଥାନରୁ ଉଦ୍ଧାର କରି ଶିଶୁ କଲ୍ୟଣ ସମିତି ଗଜପତିରେ ଉପସ୍ଥାପନ କରାଯାଇଥିଲା  ଶିଶୁ କଲ୍ୟାଣ ସମିତି ଶିଶୁ ଓ ତାଙ୍କ ପରିବାର ସଦସ୍ୟ ଠାରୁ  ସମସ୍ତ  ବିଷୟ ପଚାରି ବୁଝି ଥିଲେ । ପରେ ଶିଶୁ ଓ ତାଙ୍କ ପିତାମାତାଙ୍କୁ  ବାଲ୍ୟ ବିବାହ ଏକ ଅପରାଧ ବିଷୟରେ  ବୁଝାଇଥିଲେ. ପରିବାର ସଦସ୍ୟ ଏ  ବିଷୟରେ ବୁଝିବା ପରେ ପରିବାର ଶିଶୁର 18 ବର୍ଷ ପୂର୍ବରୁ ବିବାହ ଦେବେ ନାହି ବୋଲି  ଲିଖିତ ଭାବରେ ଜଣାଇବା ପରେ ଶିଶୁଙ୍କୁ ତାଙ୍କର  ମାତାଙ୍କୁ  ହସ୍ତାନ୍ତର କରାଯାଇଥିଲା।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ