ମୋବାଇଲ ଫୋନ ପାଇଁ ଜୀବନ ହାରିଲେ ନବମ ଶ୍ରେଣୀ ଛାତ୍ର

ବାଲେଶ୍ୱର(ସରୋଜ ପଣ୍ଡା) : ଗୁରୁବାର ପୂର୍ବାହ୍ନ ରେ ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅର୍ନ୍ତଗତ ବାଲିଆ ଅଞ୍ଚଳର ନବମ ଶ୍ରେଣୀ ଛାତ୍ର ମୋବାଇଲ ପାଇଁ ଘର ମଧ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।ମୃତ ଛାତ୍ର ହେଲେ ବାଲିଆ ଅଞ୍ଚଳର ତପନ ଗିରି ଙ୍କ ପୁଅ ପ୍ରୀୟାଂଶୁ ପ୍ରିତମ ଗିରି(୧୪)। ପ୍ରିୟାଂଶୁ ନୂଆ ମୋବାଇଲ ନେବା ପାଇଁ ଘରେ କହିଥିଲେ।ଘରେ ମୋବାଇଲ କିଣି ନଦେବା ରୁ ଆଜି ଘର ମଧ୍ୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ସହଦେବଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ