ଖଣ୍ଡାୟତ ମହାସଂଘ ପକ୍ଷରୁ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡ଼ା(ଚିତ୍ତରଞ୍ଜନ ଦାଶ):ଜିଲ୍ଲା କ୍ଷେତ୍ରୀୟ ଖଣ୍ଡାୟତ ମହାସଂଘ ପକ୍ଷରୁ ୨୦୨୫ ମାଟ୍ରିକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ଟପ୍ପରମାନଙ୍କୁ ଶ୍ରୀବଳଦେବଜୀଉଙ୍କ ଯାତ୍ରୀ ନିବାସରେ ସମ୍ବର୍ନ୍ଧିତ କରାଯାଇଛି। ସଂଘ ସଭାପତି ଶରତ ଚନ୍ଦ୍ର ବେହୁରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରଥମେ ପହଲଗ୍ରାମରେ ଆତଙ୍କବାଦୀଙ୍କ ଆକ୍ରମଣରେ ନିହତ ବ୍ୟକ୍ତିବିଶେଷ ଓ ଅପରେସନ ସିନ୍ଦୁରର ସହୀଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରାଯାଇଥିଲା। କେନ୍ଦ୍ରାପଡ଼ା ଜିଲ୍ଲାରେ ଏ-ୱାନ୍ ଗ୍ରେଡରେ କୃତକାର୍ଯ୍ୟ ହୋଇଥିବା ଜିଲ୍ଲାର ୪୨ ଜଣ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧିତ ପ୍ରତିଭାମାନେ ହେଲେ ଜିଲ୍ଲା ଟପ୍ପର ଶୁଭମଜ୍ୟୋତି ରାଉତ, ସୌମ୍ୟା ରାଉତରାୟ, ସୁସ୍ମିତା ସାହୁ, ସ୍ୱାତୀଲଗ୍ନା ସାହୁ, ରାକେଶ ମଲ୍ଲିକ, ଅନନ୍ୟା ପାତ୍ର, ଦେବେନ୍ଦ୍ର ପାତ୍ର, ଭାଗ୍ୟଲକ୍ଷ୍ମୀ ସାହୁ, ଦିବ୍ୟସ୍ମିତା ସାହୁ, ଶ୍ରଦ୍ଧା ପ୍ରିୟଦର୍ଶିନୀ, ଅମିତ ମଲ୍ଲ, ଦିବ୍ୟସାଇ ପରିଜା, ସ୍ୱାତୀ ନାୟକ, ସ୍ତୁତି ରଞ୍ଜନ ଲେଙ୍କା, କାଜଲ ତ୍ରିପାଠୀ, ସାୟମ ପ୍ରୀତିପର୍ଣ୍ଣା, ଦିବ୍ୟରଞ୍ଜନ ରାଉତ, ରୁଦ୍ରମାଧବ ଶତପଥୀ, ବୈଭବ ବେହୁରା, ଯୋଗେଶ କୁମାର ସ୍ୱାଇଁ, ନିତିଶ ପରିଡ଼ା, ଗାୟତ୍ରୀ ବେହେରା, ସଞ୍ଜନା ସାହୁ, ଆଦିତ୍ୟ ଶଙ୍କର ବାରିକ, ସାଇ ଚନ୍ଦନ ଜେନା, ମନସ୍ତିନୀ ନାୟକ, ସୁଦର୍ଶନ ପରିଡ଼ା, ଶୁଭଙ୍କର ମନ୍ତ୍ରୀ, ପ୍ରୀତିସନ୍ଧ୍ୟା ସାହୁ, ଆଦିତ୍ୟ ନାରାୟଣ ରାଉତ, ସୁଭାଷିନୀ ଲେଙ୍କା, ଭାଗ୍ୟଶ୍ରୀ ମହାନ୍ତି ପ୍ରମୁଖ। ସମ୍ବର୍ଦ୍ଧନା ସଭାରେ ମହାସଂଘର କାର୍ଯ୍ୟକାରୀ ସଭାପତି ଗୋଲେଖ ଚନ୍ଦ୍ର ପଢ଼ିଆରି, ଉପସଭାପତି ଡା. ଚୈତନ୍ୟ ଚରଣ ପରିଡ଼ା, ସମ୍ପାଦକ ସୁମନ୍ତ ରାଉତ, ସଂଯୋଜକ ଚନ୍ଦନ ପରିଡ଼ା, ନଗର ସଭାପତି ସଂଗ୍ରାମ କୁମାର ଜେନା, ଭାଗିରଥୀ ଜେନା ଓ ଗଙ୍ଗାଧର ପରିଡ଼ା, ତରୁଣ ରଞ୍ଜନ ପ୍ରଧାନ, ରଶ୍ମୀରଞନ ରାଉତ, ଦିଲିପ୍ କୁମାର ରାଉତ, ଦୁର୍ଯୋଧନ ମଲ୍ଲିକ, ନରୋତମ ପରିଡା, ରାଜକିଶୋର ମହାନ୍ତି, ଚିତ୍ତରଞ୍ଜନ ବଳ, ରଞ୍ଜନ କୁମାର ନାୟକ, ପିତବାସ ବେହେରା, ଧୁନ କିଶୋର ନାୟକ, କଳ୍ପନା ଲେଙ୍ଗା, ସୁରେନ୍ଦ୍ର ପାତ୍ରଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।


