ଡକ୍ଟରେଟ ପାଇଥିବା ଅଧ୍ୟାପିକାଙ୍କୁ କଲେଜରେ ସମ୍ବର୍ଦ୍ଧନା
ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଇତିହାସ ବିଭାଗ ଅଧ୍ୟାପିକା ଡକ୍ଟର ରଶ୍ମିତା ପଟ୍ଟନାୟକଙ୍କୁ କଲେଜ ଓ ଇତିହାସ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଡକ୍ଟର ରଶ୍ମିତା ପଟ୍ଟନାୟକ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କର ଉଚ୍ଚକୋଟୀର ଗବେଷଣା ପାଇଁ Ph.D. ପାଇଛନ୍ତି। ଡକ୍ଟର ରଶ୍ମିତା ପଟ୍ଟନାୟକଙ୍କ ଏହି ସଫଳତା ପାଇଁ କଲେଜ ପରିସରରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ଡକ୍ଟର ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମରେ ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ, ଆଇକିୟୁଏସି ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ ଓ ଅନ୍ୟାନ୍ୟ ବିଭାଗର ଅଧ୍ୟାପକ ଏବଂ ଇତିହାସ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଡକ୍ଟର ପ୍ରଦୀପ କୁମାର ଦାସ, ସଶ୍ମିତା ସାମନ୍ତରା ଓ ରବୀନ୍ଦ୍ର ନାଥ ପୋଲାଇ ଉପସ୍ଥିତ ଥିଲେ।


