କଲେଜ ଛାତ୍ରୀଙ୍କୁ ଅପହରଣ, ଥାନାରେ ମାମଲା
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧୀନ ଏକ କଲେଜରେ ପଢ଼ୁଥିବା ଜଣେ ୧୭ ବର୍ଷୀୟା ଛାତ୍ରୀଙ୍କୁ ଅପହରଣ କରାଯାଇଛି l ଛାତ୍ରୀଙ୍କ ପରିବାର ତରଫରୁ ଏ ନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବା ପରେ ମାମଲା ନଂ ୩୧୭/୨୦୨୬ ପଞ୍ଜିକରଣ ହୋଇଛି l ଅଭିଯୋଗ ଅନୁସାରେ ଗତ ଅଗଷ୍ଟ ୫ ତାରିଖ ବୁଧବାର ଛାତ୍ରୀ ଜଣକ କଲେଜ ଆସିଥିବା ବେଳେ ଆନନ୍ଦପୁର ଥାନା ଆମ୍ବଗଡିଆ ଗ୍ରାମର କୁଳମଣି ଯେନାଙ୍କ ପୁଅ ରତିକାନ୍ତ ଛାତ୍ରୀ ଜଣକୁ ଅପହରଣ କରିଥିଲେ l ପୋଲିସ ଛାତ୍ରୀ ଜଣଙ୍କୁ ଉଦ୍ଧାର ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତ ରତିକାନ୍ତ ଫେରାର ହୋଇଯାଇଛି l


