କୂଳବଧୂ ନିଖୋଜ, ଥାନାରେ ଦ୍ୱାରସ୍ଥ ହେଲେ ଶାଶୁ
ହାଟଡିହି, (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଇଞ୍ଚୋଳ ଗ୍ରାମର ଜଣେ କୂଳବଧୂ ନିଖୋଜ ହୋଇଯାଇଛନ୍ତି l ଫଳରେ ଶାଶୁ ଥାନାରେ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି l ପୋଲିସ ମ୍ୟାନ ମିସିଂ ମାମଲା ନଂ ୫୯/୨୦୨୬ ପଞ୍ଜିକରଣ କରିଛି l ଅଭିଯୋଗ ଅନୁସାରେ ଗୁରୁବାର ଶାଶୁ ପାର୍ବତୀ ନାୟକ କୌଣସି ଏକ କାର୍ଯ୍ୟରେ ନିକଟସ୍ଥ ବଜାରକୁ ଯାଇଥିଲେ l କାର୍ଯ୍ୟ ସାରି ଫେରିବା ପରେ ଘରେ ପହଞ୍ଚି ଦେଖିଲା ବେଳକୁ କୂଳବଧୂ ନମିତା ନାୟକ ଘରେ ନାହାଁନ୍ତି l ଶାଶୁ ଘର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ କୌଣସି ସୁଫଳ ମିଳିଲାନି l ସୂଚନା ଯୋଗ୍ୟ, ନମିତାଙ୍କ ସ୍ୱାମୀ ସୁଶାନ୍ତ ବାହାରେ ରହି କାର୍ଯ୍ୟ କରନ୍ତି l କୁଳବଧୂ ନିଖୋଜ ଘଟଣାକୁ ନେଇ ନାନା ଚର୍ଚ୍ଚା ହେଉଛି l ଅନ୍ୟ ପୁରୁଷ ସହ ପ୍ରେମ ସମ୍ପର୍କରୁ କୁଳବଧୂ ଜଣକ ପ୍ରେମିକ ସହ ପଳାଇଥିବା ନେଇ ଆଲୋଚନା ହେଉଛି l


