ମନରେଗା ଯୋଜନାର ବିକୃତ ନାମକରଣକୁ ବିରୋଧ କରି କଂଗ୍ରେସର ବିକ୍ଷୋଭ

ଛତ୍ରପୁର, (ଓ୍ବାଇଏନଏସ):ମନରେଗା ଯୋଜନାର ନୂଆ ନାମକରଣ କରି ସେଥିରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ନାମକୁ ବାଦ ଦେବାକୁ ବିରୋଧ କରି କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କଂଗ୍ରେସର ଜିଲ୍ଲା ସଭାପତି( ପୂର୍ବ)  ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମରେ  ଗୋପାଳପୁର ପୂର୍ବତନ ବିଧାୟକ ତଥା ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ଡ଼ଃ ତ୍ରୀନାଥ ବେହେରା, ଦିଗପହଣ୍ଡିର କଂଗ୍ରେସ ନେତା ସାକା ସୁଜିତ, ସୋରଡାର କଂଗ୍ରେସ ନେତା ପ୍ରଶାନ୍ତ ବିଶୋଇ, କବିସୂର୍ଯ୍ୟନଗର କଂଗ୍ରେସ ନେତା ସଞ୍ଜୟ ମଣ୍ଡଳ,ଖଲିକୋଟ ର କଂଗ୍ରେସ ନେତା ଭୋକାଲି ସେଠି,ସଞ୍ଜୟ ମଣ୍ଡଳ, ଅଗସ୍ତି ବରାଡ଼, ରଜନୀକାନ୍ତ ପାଢ଼ୀ, ଜିଲ୍ଲା କଂଗ୍ରେସ ଉପସଭାପତି ଅଶୋକ ପଟ୍ଟନାୟକ,ମହେଶ୍ୱର ପାତ୍ର, ସୁଦାମ ପୁରୋହିତ, ରାମା ରାଓ, ଶଙ୍କର ସୁବୁଦ୍ଧି, ନାରୀ ନେତ୍ରୀ ସୁବାସିନୀ ପଟ୍ଟନାୟକ, ଇଜୁ ଆମିନ ଖାନ, ଉମାକାନ୍ତ ଶାସମଲ ଓ କବିର ସାବତ ପ୍ରମୁଖ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ପ୍ରଥମେ ଛତ୍ରପୁରର ଅପର ବସଷ୍ଟାଣ୍ଡରେ ଥିବା ରାଜୀବ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶହ ଶହ କଂଗ୍ରେସ କର୍ମୀଙ୍କ ଏକ  ଶୋଭାଯାତ୍ରା ଛତ୍ରପୁର ସହର ପରିକ୍ରମା କରିବା ପରେ ପୁଲିସ ପ୍ୟାରେଡ୍ ପଡିଆ ନିକଟରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଥିଲେ। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ କରାଯାଇ କେନ୍ଦ୍ର ସରକାରଙ୍କ ଜନମାରଣ ନୀତିର ଦୃଢ ସମାଲୋଚନା କରିଥିଲେ।*ଏନେଇ ଏକ ଦାବିପତ୍ର ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳଙ୍କୁ ପ୍ରଦାନ କରିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ