କୋକିଢିଅ-ତେଲସରା ମୁଖ୍ୟରାସ୍ତା ସାଜିଛି ବିପଦ: ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ଟ୍ରାନ୍ସଫର୍ମର
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ନାଉଗାଁ ବିଦ୍ୟୁତ୍ ସେକ୍ସନ ଅଧୀନସ୍ଥ କୋକିଢିଅ-ତେଲସରା ରାସ୍ତାର ଗଙ୍ଗଦାହାଟ ନିକଟରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ବିପଦ ସଂକୁଳ ଏବଂ ଅସୁରକ୍ଷିତ ଅବସ୍ଥାରେ ଅଛି । ଏହି ରାସ୍ତା ଦେଇ ପ୍ରତ୍ୟହ ଗଙ୍ଗଦାହାଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗଙ୍ଗଦା କଲେଜକୁ ପିଲାମାନେ ଯାଉଥିବା ବେଳେ ଜନସାଧାରଣ ଏବଂ ଗାଈ ଗୋରୁ ଏହି ରାସ୍ତାରେ ଯାତାୟତ କରୁଛନ୍ତି। ଏହି ରାସ୍ତା ପାର୍ଶ୍ବରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ହାତ ପାହାନ୍ତାରେ ରହିଥିବାରୁ ଏମାନଙ୍କ ପାଇଁ ବିପଦ ସାଜିଛି। ତେଣୁ ଉକ୍ତ ଟ୍ରାନ୍ସଫର୍ମରର ସୁରକ୍ଷା ଲାଗି ଏହାର ଚତୁଃପାର୍ଶ୍ବରେ ପାଚେରୀ ନିର୍ମାଣ କରିବାକୁ ଗଙ୍ଗଦାହାଟ ଦୁର୍ଗା ପୂଜା କମିଟି ସଭାପତି ନରେଶ ସେଠୀ, ବିବେକାନନ୍ଦ ବାରିକ, ଉମେଶ ବିଶ୍ବାଳ, ନିତ୍ୟାନନ୍ଦ ବିଶ୍ବାଳ, ରଶ୍ମୀରଞ୍ଜନ ତ୍ରିପାଠୀ, ରଞ୍ଜିତ ଜେନା ଆଦି ଦାବି କରିଛନ୍ତି। ତୁରନ୍ତ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।


