କଟକ ବାଲିଯାତ୍ରା ସ୍ମରଣିକା କମିଟି ବୈଠକ

କଟକ (ଓ୍ବାଇଏନଏସ): ଚଳିତବର୍ଷର ଐତିହାସିକ କଟକ ବାଲିଯାତ୍ରା ଉତ୍ସବ ନଭେମ୍ବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଏହି ଅବସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଉତ୍କଳୀୟ କଳା, ସଂସ୍କୃତି, ସାହିତ୍ୟ, ନୌବାଣିଜ୍ୟ ପରମ୍ପରା, ବାଲିଯାତ୍ରାର ଐତିହାସିକ ପଟ୍ଟଭୂମି ଓ ଅବିଭକ୍ତ କଟକର ଗୌରବଗାଥା ସମ୍ବଳିତ ଗବେଷଣାତ୍ମକ ପ୍ରବନ୍ଧକୁ ନେଇ ଏକ ବର୍ଣ୍ଣିଳ ସ୍ମରଣିକା ପ୍ରକାଶିତ ହେବ । ଏଥିପାଇଁ ବାଲିଯାତ୍ରା ସ୍ମରଣିକା ସଂପାଦନାମଣ୍ଡଳୀର ସଦସ୍ୟମାନଙ୍କୁ ନେଇ ସ୍ମରଣିକା କମିଟିର ଉପାଧ୍ୟକ୍ଷ ତଥା କଟକର ଅତିରିକ୍ତ ଜିଲ୍ଲାପାଳ ଶିବ ଟପ୍ପୋଙ୍କ ଅଧ୍ୟକ୍ଷତାରେ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂପାଦନାମଣ୍ଡଳୀର ସଦସ୍ୟ ପ୍ରଫେସର ସହଦେବ ପାତ୍ର, ପ୍ରଫେସର ବିଜୟାନନ୍ଦ ସିଂହ, ଡକ୍ଟର ସୁନାମଣି ରାଉତ, ବିଶ୍ୱେଶ୍ୱର ମହାନ୍ତି, ଶୁଭେନ୍ଦୁ କୁମାର ଭୂୟାଁ, ଡ. ଦ୍ୱୀପାୟନ ପଟ୍ଟନାୟକ, ଆବାହକ ତଥା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା ସଂସ୍କୃତି ଅଧିକାରୀ ନଳିନୀକାନ୍ତ ସାହୁ, ଉପଖଣ୍ଡ ସୂଚନା ଓ ଲୋକସଂପର୍କ ଅଧିକାରୀ ସ୍ୱାଗତିକା ବେହେରା, ଅଭିରାମ ଦାସ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଲେଖକ ଲେଖିକାମାନେ ଚଳିତ ସେପ୍ଟେମ୍ବର ୨୦ ତାରିଖ ସୁଦ୍ଧା ଲେଖାଗୁଡ଼ିକ ଜିଲ୍ଲା ସଂସ୍କୃତି ଅଧିକାରୀ, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କିମ୍ବା ଇମେଲ୍ dco.ctc@gmail.com ଠିକଣାରେ ପଠାଇବାକୁ ଅନୁରୋଧ କରାଯାଇଛି । ପ୍ରକାଶଥାଉକି ଚଳିତ ବର୍ଷର ବାଲିଯାତ୍ରା ସ୍ମରଣିକାକୁ ଅଧିକ ପାଠକାଦୃତ ଏବଂ ଠିକ ସମୟରେ ସମସ୍ତଙ୍କ ନିକଟରେ ପହଂଚାଇବା ଉପରେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଗୁରୁତ୍ୱାରୋପ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ