ସୁନା ବନ୍ଧକ ରଖି ସୁଧ କାରବାରକୁ ନେଇ ମରଣାନ୍ତକ ଆକ୍ରମଣ

ହାଟଡିହି  (ଓ୍ବାଇଏନଏସ):  ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ  ସୁନା ବନ୍ଧକ ରଖି ସୁଧ କାରବାରକୁ ନେଇ ଜଣେ ବ୍ୟକ୍ତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ତାଙ୍କୁ ପ୍ରଥମେ ଆନନ୍ଦପୁର ଉଆଖଣ୍ଡ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ଅଭିଯୋଗ ଅନୁଯାଇ ନୂଆ ରମ୍ପାସ ଗ୍ରାମର ବିଶ୍ୱନାଥ ଓଝା ଗତ ୪/୫ ବର୍ଷ ତଳେ ସେହି ଗ୍ରାମର ବାବୁଲି ପହିଙ୍କ ନିକଟରେ ସୁନା ବନ୍ଧା ଦେଇ କିଛି ଟଙ୍କା କରଜ ଆଣିଥିଲା। ପରବର୍ତ୍ତୀ ସମୟରେ ଆଣିଥିବା ଟଙ୍କା ସୁଧ ମୂଳ ସହ ଫେରସ୍ତ କରି ସୁନା ଫେରାଇବାକୁ କହିବାରୁ ବାବୁଲି ସୁନା ଫେରସ୍ତ କରି ନଥିଲା। ଯାହାକୁ ନେଇ ଉଭୟଙ୍କ ଭିତରେ ଅନେକ ଥର ପାଟିତୁଣ୍ଡ ହୋଇଥିଲା। ଏନେଇ ପଞ୍ଚାୟତରେ ବୈଠକ ବସି ଭଦ୍ରବ୍ୟକ୍ତିଙ୍କ ଉଆପସ୍ଥିତିରେ ଉଭୟ ପକ୍ଷଙ୍କ ଭିତରେ ଆଲୋଚନା ହୋଇଥିଲେ ମଧ୍ୟ ବାବୁଲି ସୁନା ଫେରସ୍ତ କରିବାକୁ କରିବାରୁ ବିଶ୍ୱନାଥ ବାଧ୍ୟ ହୋଇ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ଆଜି ବାବୁଲି ପହି ବିଶ୍ୱନାଥକୁ ଗାଳି ଗୁଲଜ କରିବା ସହିତ ସ୍ତ୍ରୀ ରମାମଣି,  ପୁଅ ଚଗୁଲୁ ଓ ବଗୁଲୁ ସମସ୍ତେ ମିଳି ମିଶି ଆକ୍ରମଣ କରିବାରୁ ବିଶ୍ୱନାଥ ଗୁରୁତର ହୋଇ ପଡିଛନ୍ତି। ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଛି। କିଛି ଗ୍ରାମବାସୀ ଓ ପରିବାର ଲୋକେ ବିଶ୍ୱନାଥଙ୍କୁ ଉଦ୍ଧାର କରି ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ବିଶ୍ୱନାଥଙ୍କ ଅବସ୍ଥା ସଂକଟପର୍ଣ୍ଣ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବା ବେଳେ ନନ୍ଦିପଦା ଥାନା ଆଇ ଆଇ ସି ଧର୍ମେନ୍ଦ୍ର ଶାନ୍ତି, ଆନନ୍ଦପୁର ଥାନା ଆଇଆଇସି ଫନୀନ୍ଦ୍ର ନାୟକ, ଘସିପୁରା ଆଇ ଆଇ ସି କିଶୋର ଚନ୍ଦ୍ର ପ୍ରଧାନ, ସୋସୋ ଥାନା ଆଇ.ଆଇ.ସି କାନନ ସାହୁଙ୍କ ସମେତ ପୋଲିସ ଫୋର୍ସ ଗ୍ରାମରେ ପହଞ୍ଚି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଆକ୍ରମଣ କାରୀ ମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛନ୍ତି। ବାବୁଲିର ସ୍ତ୍ରୀ ଓ ପୁଅ ପ୍ରଦୀପକୁ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବା ଏସ୍ଡ଼ିପିଓ କମଳ କୁମାର ପଣ୍ଡା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ