କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ଦୁଇ ରାଜନେତା ମୁହାଁମୁହିଁ

କଟକ, (ଓ୍ବାଇଏନଏସ): କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ଦୁଇ ରାଜନେତା ମୁହାଁମୁହିଁ । କଟକ ମେୟର ସୁବାଷ ସିଂହ ଏବଂ ଓଡ଼ିଶା ଜନତା କଂଗ୍ରେସ ପ୍ରତିଷ୍ଠାତ ମହମ୍ମଦ ମୋକିମ୍ ଆରୋପ ଏବଂ ପ୍ରତ୍ୟାରୋପ କରିଛନ୍ତି । ମହମ୍ମଦ ମୋକିମ୍ କଟକର ଦୁଃଖ। ଏଭଳି ଟିପ୍ପଣୀ ଦେଇଛନ୍ତି କଟକ ମେୟର ତଥା ଵିଜେଡି ପ୍ରବକ୍ତା ସୁବାଷ ସିଂହ। କଟକ ସହରରେ ଥିବା ସଂଖ୍ୟାଧିକ ଜଳାଶୟ ପୋତି ମହମ୍ମଦ ମୋକିମ୍ ଆପାର୍ଟମେଣ୍ଟ ଛିଡା କରିଛନ୍ତି। ଜଳାଶୟ ପୋତି ନିଜର ରିୟଲ ଏଷ୍ଟେଟ ଵେପାର ବଢାଇଛନ୍ତି ମହମ୍ମଦ ମୋକିମ୍। ତେଣୁ ସହରବାସୀ ଜଳବନ୍ଦୀ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି ମେୟର ସୁବାଷ ସିଂହ। ସହରରେ ଜଳାଶୟ ପୋତାଯିଵାରୁ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଲା। ଅଧିକ ଵର୍ଷା ଜଳ ବିଭିନ୍ନ ସାହି, ବସ୍ତିରେ ଥିବା ଜଳାଶୟକୁ ଚାଲିଯାଉଥିଲା। ତେଣୁ ସହରରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଉନଥିଲା ବୋଲି କହିଛନ୍ତି ମେୟର। ସେପଟେ ସୁବାଷ ସିଂହଙ୍କ ଏଭଳି ଅଭିଯୋଗର ଜଵାଵ ରଖି ଓଡିଶା ଜନତା କଂଗ୍ରେସ ପ୍ରତିଷ୍ଠାତା ମହମ୍ମଦ ମୋକିମ୍ କହିଛନ୍ତି ଯେ, ସୁବାଷ ସିଂହଙ୍କ ଦଳ ଶାସନରେ ଥିବା ସମୟରେ ପ୍ରଶାସନ ଅନୁମତିରେ ସହରରେ ନିର୍ମାଣ କାମ କରିଛି ତାଙ୍କ ରିୟଲ ଏଷ୍ଟେଟ କମ୍ପାନୀ। ଏନେଇ ସଵୁ ପ୍ରକାର ସରକାରୀ ନିୟମ ମାନି ନିର୍ମାଣ କାର୍ଯ୍ୟ ହୋଇଥିଵା ମୋକିମ କହିଛନ୍ତି। ଏହା ସହ ସୁବାଷ ସିଂହଙ୍କୁ ଆକ୍ଷେପ କରି ମୋକିମ୍ କହିଛନ୍ତି, ସହରକୁ ଜଳଵନ୍ଦୀ କରିଵା ନାଁ ରେ ମେୟର କୋଟି କୋଟି ଟଙ୍କା ଚଳୁ କରିଛନ୍ତି। ଏବେ ଵର୍ଷା ବେଳେ ଜଳବନ୍ଦୀ ଅବସ୍ଥା ସୃଷ୍ଟି ହେଲେ ଅନ୍ୟ ମୁଣ୍ଡରେ ଦୋଷ ଲଦି ମେୟର ସୁବାଷ ସିଂହ ଖସିଯିବାକୁ ଚେଷ୍ଟା କରୁଛନ୍ତି ବୋଲି ମୋକିମ କହିଛନ୍ତି। ସେପଟେ ମେୟର ସୁବାଷ ସିଂହ କହିଛନ୍ତି,କଟକ ସହରରେ ଜଳାଶୟ ପୋତି କୋଠା ନିର୍ମାଣ ବିରୋଧରେ ସେ ଅଦାଲତ ଯିଵା ପାଇଁ ପ୍ରସ୍ତୁତ ହେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ