କାକଟପୁର ଓ ଅସ୍ତରଙ୍ଗ କୁ “ଆମ ବସ” ସେବା ଆରମ୍ଭ କରିବାକୁ ଦାବୀ

କାକଟପୁର /ଅସ୍ତରଙ୍ଗ :(ଶୁଭାଶିଷ ଖଣ୍ଡୁଆଳ ):-ପୁରୀ ଜିଲ୍ଲା କାକଟପୁର ଅଧିତାଷ୍ଟି ଦେବୀ ମା ମଙ୍ଗଳା ଙ୍କ ପୀଠ ଓ ଅସ୍ତରଙ୍ଗ ପୀରଜାହାନିଆ, ଗଙ୍ଗାଦେଵୀ ବୁଲିବାକୁ ରାଜ୍ୟ ତଥା ଦେଶ ର କୋଣ ଅନୁକୋଣ ରୁ ପର୍ଯ୍ୟଟକ ବୁଲିବାକୁ ଆସୁଛନ୍ତି।ଏଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ସହ ପୀରଜାହାନିଆ, କେଳୁଣୀ ମୁହାଁଣ ଓ ଗଙ୍ଗାଦେବୀ ରେ ପର୍ଯ୍ୟଟକ ମାନେ ବଣଭୋଜି କରି ଆନନ୍ଦ ନେଇ ସ୍ୱଗୃହକୁ ଫେରୁଛନ୍ତି। କିନ୍ତୁ ପର୍ଯ୍ୟଟନ ସ୍ଥଳୀ କୋଣାର୍କ କୁ “ଆମ ବସ “ଉପଲବ୍ଧ ଥିବା ବେଳେ କିନ୍ତୁ ପଡୋଶୀ ପର୍ଯ୍ୟଟନ ସ୍ଥଳୀ କାକଟପୁର ଓ ଅସ୍ତରଙ୍ଗ କୁ ଏଯାବତ “ଆମ ବସ “ସେବା ଚାଲୁ ହୋଇନାହିଁ। ଯାହା ଦ୍ୱାରା ଲୋକେ ଅତ୍ୟନ୍ତ କଷ୍ଟ ଅନୁଭବ କରୁଛନ୍ତି। ଯେମିତିକି କାକଟପୁର ଅଧିତାଷ୍ଟି ଦେବୀ” ମା ମଙ୍ଗଳା ଙ୍କ ପୀଠ “ଯେଉଁଠି ଧାର୍ମିକ ମହତ୍ୱ ଥିବା ସତ୍ୱେ ସରକାରୀ ବସ “ଯାତାୟାତ ନାହିଁ। ସେହିପରି ଅସ୍ତରଙ୍ଗ ବ୍ଲକ ଅଂଚଳର ପୀରଜାହାନିଆ ଏକ ପ୍ରସିଦ୍ଧ ବଣଭୋଜି ଓ ପର୍ଯ୍ୟଟନସ୍ଥଳ, ଯେଉଁଠି କି ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକ ଯାତ୍ରା କରନ୍ତି। କିନ୍ତୁ ଏ ପର୍ଯ୍ୟନ୍ତ ସରକାରୀ ବସ ନଥିବାରୁ ପର୍ଯ୍ୟଟକ ଏବଂ ସ୍ଥାନୀୟ ଲୋକ ଅନେକ ସମସ୍ୟାର ସାମ୍ନା କରୁଛନ୍ତି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳର ସମାଜସେବୀ ତଥା ଦେବୟୁଗ ପରିବାର ଅଧକ୍ଷ ଦେବବ୍ରତ ନାଏକ ଏ ନେଇ ଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ଲେଖିଛନ୍ତି। ସରକାର ଏହାକୁ ଗୁରୁତ୍ୱସହ ନେଇ ଅଞ୍ଚଳକୁ “ଆମ ବସ “ଚଳାଚଳ ପାଇଁ ଦାବୀ କରିଛନ୍ତି। ପର୍ଯ୍ୟଟନ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳର ପର୍ଯ୍ୟଟନ ଭିତ୍ତିଭୂମିର ବିକାଶ ଓ ଅର୍ଥନୈତିକ ଅଭିବୃଦ୍ଧି ନିମନ୍ତେ ରାଜ୍ୟ ସରକାର ପକ୍ଷରୁ ପୁରୀ -କୋଣାର୍କ -ଆନନ୍ଦ ବଜାର -ବାଙ୍ଗୁରିଗାଁ -ଶିଶୁଅ -ଅସ୍ତରଙ୍ଗ ଓ ଭୁବନେଶ୍ୱର -କାକଟପୁର -ଅସ୍ତରଙ୍ଗ, କଟକ -ଅଡଶପୁର -ନିଆଳି -ଚାରିଛକ -ଅସ୍ତରଙ୍ଗ ମଧ୍ୟରେ “ଆମ ବସ “ଚଳାଚଳ କରିବା ଅପରିହାର୍ଯ୍ୟ ହୋଇ ପଡିଥିବାରୁ ସରକାର ଏ ଦିଗରେ ପଦକ୍ଷେପ ନେବାକୁ ସମାଜସେବୀ ତଥା ଦେବୟୁଗ ଅଧକ୍ଷ ଦେବବ୍ରତ ନାଏକ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ