ମହେନ୍ଦ୍ରଗିରିରେ ଇକୋ ଆଡଭେଞ୍ଚର ଫେଷ୍ଟ-୨୦୨୬ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଦ୍ୱାରା ଉଦଘାଟିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପୁରାଣ ପ୍ରସିଦ୍ଧ ମହେନ୍ଦ୍ରଗିରି ଠାରେ ଇକୋ ଆଡଭେଞ୍ଚର ଫେଷ୍ଟ ୨୦୨୬’ର ଶୁଭାରମ୍ଭ ହୋଇଛି I ଏହାକୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଉଦଘାଟନ କରି କହିଛନ୍ତି ପୁରାଣ କାଳରୁ ମହେନ୍ଦ୍ରଗିରିର ଐତିହ୍ୟ ଖୁବ ଉଚ୍ଚକୋଟୀର. ଏଥିସହ ମହେନ୍ଦ୍ରଗିରି ଠାରେ ରହିଥିବା ବହୁ ପୁରାତନ ମନ୍ଦିରର ସୁରକ୍ଷା ଓ ଉନ୍ନତି ସହ ଏଠାକାର ପ୍ରାକୃତିକ ପରିବେଶ ମଧ୍ୟ ଅତ୍ୟନ୍ତ ମନଲୋଭା. ଯାହାକି ପ୍ରତେକ ପର୍ଯ୍ୟଟକଙ୍କୁ ମହେନ୍ଦ୍ରଗିରି ଆକର୍ଷିତ କରି ଆସୁଛି. ଏଣୁ ମହେନ୍ଦ୍ରଗିରି ପର୍ଯ୍ୟଟନ ସମ୍ଭାବନାକୁ ଲୋକଙ୍କ ନିକଟତର କରିବା ସହ ସ୍ଥାନୀୟ ଅଞ୍ଚଳରେ ଜୀବିକାର ସୁଯୋଗ ସୃଷ୍ଟି କରିବା ଏବଂ ମହେନ୍ଦ୍ରଗିରିର ପର୍ଯ୍ୟଟନକୁ ପ୍ରୋତ୍ସାହିତ କରି ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ମହେନ୍ଦ୍ରଗିରିକୁ ଏକ ନଂ ଭାବେ ଗଢି ତୋଳିବା ପାଇଁ ଏହି ଇକୋ ଆଡ଼ଭେଞ୍ଚର ଫେଷ୍ଟ ଉଦଘାଟନର ମୂଳ ଉଦେଶ୍ୟ ଅଟେ. ମହେନ୍ଦ୍ରଗିରିର ପୂର୍ଣାଙ୍ଗ ବିକାଶ ପାଇଁ ପର୍ଯ୍ୟଟନ ବିଭାଗ ଦ୍ବାରା ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉଅଛି ଯାହା ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କ ଦ୍ବାରା କ୍ରୀୟାନୟନ ହେବା ପୂର୍ବଘାଟ ପର୍ବତମାଳାର ପ୍ରାକୃତିକ ସୌନ୍ଦର୍ଯ୍ୟ ମଧ୍ଯରେ ଆୟୋଜିତ ଏହି ମହୋତ୍ସବ ମହେନ୍ଦ୍ରଗିରିକୁ ଆଉଟଡୋର ସ୍ପୋର୍ଟସ ଏବଂ ପ୍ରକୃତି ପର୍ଯ୍ୟଟନର ଏକ ଜୀବନ୍ତ କେନ୍ଦ୍ରରେ ପରିଣତ କରିଛି I ଏଥ୍ରେ ଦେଶର ବିଭିନ୍ନ ପ୍ରାନ୍ତରୁ ପାଖାପାଖ୍ ୧୫ ରାଜ୍ୟରୁ ସାହସିକ କ୍ରୀଡ଼ା ପ୍ରେମୀ, କ୍ରୀଡ଼ାବିତ୍ ଏବଂ ପ୍ରକୃତି ପ୍ରେମୀ ଯୋଗ ଦେଇଛନ୍ତି I ଉଦଘାଟନୀ ଦିବସରେ ପ୍ରତିଯୋଗୀମାନେ ପ୍ରାକୃତିକ ପଥର ଉପରେ ‘ ବୋଲଡରିଂ’ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସହ ମାଉଣ୍ଟେନ ବାଇକିଂ, ରକ୍ କ୍ଲାଇପିଂ ଏବଂ ଗାଇଡେଡ୍ ଟ୍ରେକାଥନରେ ସାମିଲ ହୋଇଥିଲେ I ଏହି କାର୍ଯ୍ୟକ୍ରମରେ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଗଜପତିର ଅଧ୍ଯକ୍ଷ କାମଦେବ ବାଡନାୟକ, ପାରଳାଖେମୁଣ୍ଡିର ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ମୋହନାର ବିଧାୟକ ଦାଶରଥୀ ଗମାଙ୍ଗୋ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ବଲୱନ୍ତ ସିଂ, ଉପ ମୁଖ୍ୟ ବନ ସଂରକ୍ଷକ (ଇକୋ-ପର୍ଯ୍ୟଟନ) ବିବେକ କୁମାର, ପାରଳାଖେମୁଣ୍ଡି ଡିଏଫଓ କେ. ନାଗାରାଜୁ, ଗଜପତି ଜିଲ୍ଲା ପରିଷଦ ଅଧ୍ଯକ୍ଷ ତିରୁପତି ରାଓ, ଗଜପତିର ଭାରପ୍ରାପ୍ତ ଜିଲ୍ଲାପାଳ ମନିନ୍ଦ୍ରା ହୋନାଗା ଏବଂ ଭାରତୀୟ ପର୍ବତାରୋହଣ ଫେଡେରେସନ ସମ୍ପାଦକ କୀର୍ତ୍ତି ପାଇସଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀ ଉପସ୍ଥିତ ଥିଲେ.


