ଫୁଟବଲ ଟୁର୍ନାମେଣ୍ଟର ଉଦଯାପନୀ ଖେଳରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
କେନ୍ଦୁଝର – କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କରଞ୍ଜିଆପଡା ଠାରେ ମା’ ତାରିଣୀ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ର ଉଦଯାପନୀ ଖେଳରେ ଯୋଗଦେଇ ଖେଳାଳି ମାନଙ୍କୁ ଉତ୍ସାହିତ ହିତ କରିଥିଲେ ଓଡିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ମା’ ତାରିଣୀ କ୍ଲବ ୧୯ ବର୍ଷ ଧରି କୋଣଅନୁକୋଣ ରେ ଥିବା ପ୍ରତିଭା ମାନଙ୍କୁ ସୁଯୋଗ ଦେବା ସହିତ ସମ୍ମାନିତ କରିଆସୁଛି।କେନ୍ଦୁଝର ଗସ୍ତ ଅବସରରେ ପ୍ରଥମେ ଘଟଗାଁ ମା’ ତାରିଣୀ ଙ୍କ ଦର୍ଶନ ସହିତ ଆଶୀର୍ବାଦ ନେଇ ମା’ ତାରିଣୀ କ୍ଲବ ଫୁଟବଲ ଟୁର୍ନାମେଣ୍ଟ ର ଉଦଯାପନୀ ଖେଳରେ ଯୋଗଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ରାଜ୍ୟ ସରକାର କ୍ରୀଡା ଏବଂ ତତସଂଲଗ୍ନ ବିଭିନ୍ନ ବିଷୟ ସମ୍ପର୍କରେ ଚିନ୍ତା ପ୍ରକଟ କରି ପ୍ରତେକ ବ୍ଲକରେ ଏକ ଭବ୍ୟ ଷ୍ଟାଡିଅମ ନିର୍ମାଣ ସହିତ ପ୍ରତେକ ପଞ୍ଚାୟତରେ ମଧ୍ୟ ମିନି ଷ୍ଟାଡିଅମ ନିର୍ମାଣ କରାଯିବ ସହିତ ଆଗାମି ଅଲମ୍ପିକ କ୍ରୀଡାରେ କିପରି ଓଡିଶା ର ଖେଳାଳି ମାନେ ଭାରତର ନେତୃତ୍ୱ ନେବେ ସେନେଇ ଉଚ୍ଚ ମାନର ପ୍ରଶିକ୍ଷଣ ଦିଆଯିବାକୁ ବ୍ୟବସ୍ତା କରାଯାଉଛି। ମୁଖ୍ୟମନ୍ତ୍ରୀ ଙ୍କ ଜନ୍ମ ମାଟିରେ ଆସିବାର ସୁଯୋଗ ପାଇ ଖୁସି ପ୍ରକଟ କରିଥିଲେ ଉପମୁଖ୍ୟମନ୍ତ୍ରୀ। ଏହି ଉଦଯାପନୀ ଖେଳରେ ପାଟଣା ବିଧାୟକ ଅଖିଳଚନ୍ଦ୍ର ନାଏକ, ତେଲକୋଇ ବିଧାୟକ ଡା. ଫକୀର ମୋହନ ନାଏକ, ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ସାଂସଦ ପ୍ରତିନିଧି ନୀଳମଣି ମହାନ୍ତ, ବିଜେପି ଜିଲ୍ଲା ଉପସଭାପତି ଗଣେଶ୍ୱର ମହାନ୍ତ, ସଦର ନିର୍ବାଚନ ମଣ୍ଡଳୀ ସଂଯୋଜକ ବିବେକାନନ୍ଦ ମହାନ୍ତ ଏବଂ ମା’ ତାରିଣୀ କ୍ଲବ ର ସଭାପତି ବଳଭଦ୍ର ମହାନ୍ତ ମଞ୍ଚାସିନ ହୋଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ। ବିଜୟୀ ଦଳ ତ୍ରିଶୂଳ ଏକ୍ସଆଇ ଠାକୁରାଣୀ କୁ ଏକ ଲକ୍ଷ ପଚାଶ ହଜାର ଟଙ୍କା ର ଚେକ ପ୍ରଦାନ କରିଥିଲେ ଉପମୁଖ୍ୟମନ୍ତ୍ରୀ। ସେହିଭଳି ରନର୍ସଅପ ଦଳ ବିଜୟ ଇଲେଭେନ ଝାରଖଣ୍ଡ କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା। ୪୮ଟି ଦଳ ଏହି ଖେଳରେ ଭଗନେଇଥିଲେ।ମା’ ତାରିଣୀ କ୍ଲବ ର ସମ୍ପାଦକ କେଶବଚନ୍ଦ୍ର ମହାନ୍ତ, କୋଷାଧକ୍ଷ ରମେଶଚନ୍ଦ୍ର ମହାନ୍ତ, ସଦସ୍ୟ ରବିନାରାୟଣ ମହାନ୍ତ, ସୁରେନ୍ଦ୍ର ମହାନ୍ତ, ନରହାରୀ ମହାନ୍ତ, ନିରାକାର ମହାନ୍ତ, ହେମନ୍ତ ମହାନ୍ତ, ସୁନୀଲ ରାଉତ ତଥା କ୍ଲବ ର ସମସ୍ତ ସଦସ୍ୟ ମାନେ ପଞ୍ଚଦିନ ଧରି ପରିଚାଳନା କରିବା ସହିତ ଏହି ଟୁର୍ନାମେଣ୍ଟ କୁ ସଫଳ କରିଥିଲେ।


