ଦୁଇ ଗାଁ ମଧ୍ୟରେ ବିବାଦ: ସିମିଳିଆ ଗ୍ରାମର ସୀମା ଚିହ୍ନଟ ପାଇଁ ଦାବି
ହାଟଡିହି (ଓ୍ବାଇଏନଏସ) ସୀମା ଚିହ୍ନଟ କୁ ନେଇ ସଡଙ୍ଗା ଓ ସିମିଳିଆ ଗ୍ରାମ ମଧ୍ୟରେ ବିବାଦ ଦେଖା ଦେଇଛି। ଉଭୟ ଗ୍ରାମକୁ ଲଗି ରହିଥିବା ସିମିଳିଆ ମୌଜାର ଖାତା ନମ୍ବର ୭୬ ପ୍ଲଟ କୁ ନେଇ ଏହି ବିବାଦ ସୃଷ୍ଟି ହୋଇଛି। ଏ ନେଇ ସିମିଳିଆ ଗ୍ରାମବାସୀ ମାନେ ତହସିଲଦାର ଓ ଜିଲ୍ଲାପାଳ ଙ୍କୁ ଭେଟି ତୁରନ୍ତ ଜମି ଚିହ୍ନଟ ପାଇଁ ନିବେଦନ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାଇ ସିମିଳିଆ ମୌଜାର ଖାତା ନମ୍ବର ୭୬ ପ୍ଲଟରେ ସଡଙ୍ଗା ଗ୍ରାମର କିଛି ବ୍ୟକ୍ତି ପକ୍କା ଘର ନିର୍ମାଣ କରି ବ୍ୟବସାୟ କରୁଛନ୍ତି। ଆଉ କିଛି ଜବର ଦଖଲ କରି ମଦ ବ୍ୟବସାୟ ଚଳାଇଛନ୍ତି। କିଛି ଲୋକ ସିମେଣ୍ଟ ଖୁଣ୍ଟି ପକାଇ ଗୋଚର ଜମି କୁ ଜବର ଦଖଲ କରିଛନ୍ତି। ଏନେଇ ଗ୍ରାମରେ ଦୁଇ ଦୁଇ ଥର ବୈଠକ ବସି ବରଣ କରାଯାଇ ଥିଲେ ମଧ୍ୟ ସେମାନେ ମାନୁ ନଥିବା ଓ ଗଣ୍ଡଗୋଳ କରୁଥିବା ନେଇ ପଦ୍ମଲୋଚନ ପଳତା, ଵିନୋଦ ଓଝା, ନିରାକାର ଓଝା, ସଙ୍ଖାଳି ପଳତା, ଗଣେଶ ଓଝା, ଦୀନବନ୍ଧୁ ପଳତା, ଭିକାରୀ ମହାରଣା, ସନାତନ ପଳତା, ମାୟାଧର ପଳତା, ତୋଫାନ ପଳତା, ନିତ୍ୟାନନ୍ଦ ମହାନ୍ତି, ବସନ୍ତ ସାହୁ, ମଧୁସୂଦନ ବେହେରା, ଶିବ ଶଙ୍କର ସାହୁ, ପ୍ରମୁଖ ଶତାଧିକ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସୀମା ଚିହ୍ନଟ କରି ବିବାଦର ସମାଧାନ କରିବାକୁ ସେମାନେ ନିବେଦନ କରିଛନ୍ତି।


