ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୟନ୍ତୀ

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): ବିଶ୍ୱ ଦିବ୍ୟ ଜୀବନ ସଂଘର ସ୍ରଷ୍ଠା ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ପଟ୍ଟଶିଷ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ୧୦୯ତମ ଜୟନ୍ତୀ ଉତ୍ସବ କପାଳେଶ୍ୱର ପଞ୍ଚାୟତର ଗରାପୁରସ୍ଥିତ ଦିବ୍ୟ ଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଶ୍ରୀମଦ୍ ଭାଗବତ ପାରାୟଣ, ଗୀତା ପ୍ରବଚନ, ରାମ ଚରିତ ମାନସ ପାରାୟଣ, ବିଶ୍ୱଶାନ୍ତି ପାଇଁ ଅଖଣ୍ଡ ନାମ ସଂକୀର୍ତ୍ତନ, ନାମଯଜ୍ଞ, ରୁଦ୍ରାଭିଷେକ, ଦରିଦ୍ର ନାରାୟଣ ସେବା, ସ୍ୱାସ୍ଥ୍ୟସେବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଦୃଷ୍ଟିବାଧିତ ବିଦ୍ୟାଳୟର ଅନ୍ତେବାସୀଙ୍କୁ ଫଳ ବଣ୍ଟନ ଓ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି । ଶିବାନନ୍ଦ ଜୟନ୍ତୀ ଠାରୁ ଚିଦାନନ୍ଦ ଜୟନ୍ତୀ ପର୍ଯ୍ୟନ୍ତ ଏକ ଅଧ୍ୟାମିôକ ପକ୍ଷ ଶ୍ରୀମା’ଙ୍କ ପତ୍ୟକ୍ଷ ତତ୍ୱାବଧାନରେ ପାଳନ କରାଯାଇଛି। ବୁଧବାର ଚିଦାନନ୍ଦ ଜୟନ୍ତୀ ଉପଲକ୍ଷେ ପ୍ରାତ ସତ୍‌ସଙ୍ଗ, ନଗର ପରିକ୍ରମା, ଦେବାଳୟରେ ପୂଜାର୍ଚ୍ଚନା ପରେ ଗୁରୁଦେବଙ୍କ ପାଦପୂଜା କରାଯାଇଥିଲା । ଏହି ଉପଲକ୍ଷେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଧ୍ୟାତ୍ମିକ ଆଲୋଚନା ଚକ୍ରରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭାପତି ଲିଲିତା ଦାସ, ଜିଲ୍ଲା ପରିଷଦ ସଭ୍ୟ ରଶ୍ମୀରଞ୍ଜନ ରାଉତ, ଆଶ୍ରମର ପ୍ରତିଷ୍ଠାତା ହେମନ୍ତ କୁମାର ପରିଡା, କେନ୍ଦ୍ରାପଡା ଏସଡିପିଓ ଜ୍ୟୋତିରଞ୍ଜନ ଗୈାଡ, ଡ. କାଳୀ ପ୍ରସନ୍ନ ଶତପଥୀ, ଡ. ସୁରେନ୍ଦ୍ରନାଥ ଆଚାର୍ଯ୍ୟ, ନିଆଳ ଆଶ୍ରମର ଶିକ୍ଷାବୀତ ଡ. ଭାଗ୍ୟଧର ସାହୁ,ପ୍ରଜ୍ଞାମିଶନର ସନ୍ଥଙ୍କ ସମେତ ଅନ୍ୟ ସାଧୁସନ୍ଥମାନେ ଯୋଗଦେଇ ସ୍ୱାମୀ ଚିଦାନନ୍ଦ ସରସ୍ୱତୀଙ୍କ ଜୀବନା ଦର୍ଶନ ଓ ମାନବ ସମାଜକୁ ତାଙ୍କର ଦିଗ୍‌ଦର୍ଶନ ଉପରେ ଆଲୋକପାତ କରିଥିଲେ। ଏଥିସହିତ ସ୍ୱାମୀ ଶିବାନନ୍ଦ ଓ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ସନ୍ଥ ଓ ସନ୍ୟାସୀ ଭାବରେ ସମାଜର ହିତ ସାଧନ ପାଇଁ ସର୍ବଦା ପ୍ରୟାସ କରୁଥିଲେ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଶ୍ରୀମା’ ଶ୍ରଦ୍ଧାଳୁମାନଙ୍କୁ ଆର୍ଶିବଚନ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଶ୍ରମର ସମ୍ପାଦକ ଶରତ ଚନ୍ଦ୍ର ପାତ୍ର, ଅର୍ଚ୍ଚନା ଗୋଏଙ୍କା, ଗଗନକୁମାର ଜେନା, ମାଧବ ପ୍ରଧାନ, ଅଭିଜିତ ଦାସ, ଅଭିମନ୍ୟୁ ଗୋଛାୟତ, ଗାୟତ୍ରୀ ମହାନ୍ତି, ଶ୍ରୀଧର ରାଉତ, ଗଗନ ଆଚାର୍ଯ୍ୟ, ମନୋରଞ୍ଜନ ତ୍ରିପାଠୀ, ଶ୍ରୀଧର ମହାନ୍ତି, ଦୈା୍ରପଦୀ ରାଉତ, ଶିବାନୀ, ମନ୍ମଥ ବରାଳ, ପ୍ରମୋଦ ଦାସ, ନିରଞ୍ଜନ ପାତ୍ର, ନିରଞ୍ଜନ ମେକାପ, ଶିବାନନ୍ଦ ଭଜନ ଗଙ୍ଗାର ସୁଶିଲ ସୂତାର, ଶିବାନନ୍ଦ ବିଦ୍ୟାମନ୍ଦିରର ଗୁରୁଜୀ ଓ ଗୁରୁମା, ନିଆଳି ଦିବ୍ୟଜୀବନ ପାଠଚକ୍ରର ସଦସ୍ୟ, ଆଳିଜଙ୍ଗା ଶିବାନନ୍ଦ ମାତ୍ତୃ ଚେତନା ସଙ୍ଘର ସଦସ୍ୟା ଓ ପିଙ୍ଗଳ ଶିବାନନ୍ଦ ଆଶ୍ରମର ସଦସ୍ୟାମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବ୍ରହ୍ମଚାରୀ ନୃସିଂହନାଥ ଦାସଙ୍କ ତତ୍ୱାବଧାନରେ ଶିବାନନ୍ଦ ବିଦ୍ୟାମନ୍ଦିରର ସମସ୍ତ ଗୁରୁଜୀ ଓ ଗୁରୁମାମାନେ ଉତ୍ସବ ପରିଚାଳନା କରିଥିଲେ। ରବିନାରାୟଣ ମହାପାତ୍ର ରୁଦ୍ରାଭିଷେକ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ