ଗ୍ରାମ୍ୟ ଖେଳ ପଡ଼ିଆ ଧାନତଳି ପକାଇବାକୁ ନେଇ ଅସନ୍ତୋଷ
ହାଟଡିହି (ଓ୍ବାଇଏନଏସ): ହାଟଡିହି ତହସିଲ ଅଧିନସ୍ଥ ବଡ଼ରମ୍ପାସ ଆର.ଆଇ. ସର୍କଲର ଧାନଘର ମୌଜାରେ ଥିବା ଗ୍ରାମ୍ୟ ଖେଳ ପଡ଼ିଆରେ ଧାନତଳି ପକାଇବାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗ୍ରାମର ଓସ୍ତପାଳ ନିକଟର ଏକ ଖେଳ ପଡ଼ିଆ ଦୀର୍ଘ ଦିନରୁ ଅଛି। ଏହି ଖେଳ ପଡ଼ିଆଟିକୁ ଉନ୍ନତିକରଣ ପାଇଁ ହାଟଡ଼ିହି ବ୍ଲକ ତରଫରୁ ୨ ଦୁଇ ଥର ଆର୍ଥିକ ସହାୟତା ଯୋଗାଇ ଦିଆ ଯାଇ ଉନ୍ନତି କରଣ କରାଯାଇଛି। ଏଠାରେ ପିଲାମାନେ ଖେଳା ଖେଳି କରିଥାନ୍ତି। କିନ୍ତୁ ପରିତାପର ବିଷୟ ଗ୍ରାମର କିଛି ମୁଷ୍ଟିମୟ ଲୋକ ମିଶି ଖେଳ ପଡ଼ିଆ ଟିକୁ ଟ୍ରାକ୍ଟର ଯୋଗେ ହଳ କରି ଧାନ ତଳାତଳି ପକାଉଛନ୍ତି । ଆମ୍ଭେମାନେ ଏହାକୁ ବିରୋଧ କରିବାରୁ, ଆମ୍ଭେ ହଳ କରିବୁ ଆଉ ତଳା ପକାଇବୁ ଆମର କେହି କିଛି କରି ପାରିବେ ନାହିଁ କହୁଛନ୍ତି। ଏହାକୁ ନେଇ ଗ୍ରାମର ବୈଲୋଚନ ରାଉଳ , ଗଣେଶ୍ୱର ରାଉତ, ପଦ୍ମନାଭ ରାଉଳ, ରତ୍ନାକର ରାଉଳ, ସନାତନ ନାୟକ, ପ୍ରମୁଖ ଗ୍ରାମବାସୀ ମାନେ କେନ୍ଦୁଝର ଜିଲ୍ଲାପାଳ, ଆନନ୍ଦପୁର ବିଧାୟକ, ଆନନ୍ଦପୁର ଉପଜିଲ୍ଲାପାଳ, ହାଟଡିହି ତହସିଲଦାର ପ୍ରମୁଖଙ୍କୁ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।


