ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା
ଛତ୍ରପୁର, (ଓ୍ବାଇଏନଏସ): ଗଞ୍ଜାମ ଜ଼ିଲ୍ଲା ପରିଷଦ ଋଷିକୁଲ୍ୟା ସମ୍ମିଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ଜୈବିକ କୃଷି କର୍ମଶାଳା ଜିଲ୍ଲପାଳ ଭି କୀର୍ତ୍ତି ୱାସନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଗଞ୍ଜାମ ଜିଲ୍ଲାପାଳ ଜୈବିକ କୃଷି କରି ନିଜର ସ୍ୱାସ୍ଥ୍ୟ କୁ ଠିକ ରଖିବା ସହ ଆଗାମୀ ପିଢ଼ି ପାଇଁ ଯତ୍ନବାନ ହେବାପାଇଁ ପରାମର୍ଶ ଦେଇଥିଲେ l ଏଥିରେ ଭାରପ୍ରାପ୍ତ ମୁଖ୍ୟ ଜ଼ିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ବରିଷ୍ଟ କୃଷି ବୈଜ୍ଞାନିକ ସୁଜିତ କୁମାର ନାଥ,ଶାନ୍ତନୁ କୁମାର ଶତପଥି, ପ୍ରଦୀପ କୁମାର ପଟ୍ଟନାୟକ, ପ୍ରକଳ୍ପ ନିର୍ଦ୍ଦେଶକ, ଜଳଛାୟା,କୃଷି କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ବାସନ୍ତିଲତା ଶିଆଳ, କୃଷି ଜିଲ୍ଲା ଅଧିକାରୀ ବ୍ୟୋମକେଶ ମିଶ୍ର, ହେମନ୍ତ ଦାସ,ଶରତ କୁମାର ଦାସ, ଜୁନମୟୀ ମହାନ୍ତି,ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରି, ସମସ୍ତ ବିଭାଗୀୟ ଅଧିକାରୀ ଓ ବ୍ଲକ ଓ ପଂଚାୟତ ସ୍ତରୀୟ ଅଧିକାରୀ ଏବଂ ଛତ୍ରପୁର, ଗଞ୍ଜାମ, ରଙ୍ଗେଈଲୁଣ୍ଡା ଓ ପୁରୁଷୋତ୍ତମ ପୁର ବ୍ଲକ ରୁ ପ୍ରାୟ ଶତାଧିକ ଚାଷୀ ଯୋଗ ଦେଇଥିଲେ l ସରକାରଙ୍କ ଦ୍ୱାରା ବର୍ତମାନ ପରିସ୍ଥିତି ରେ କିଭଳି ଭାବେ କୃଷଜ ମାନେ ଜୈବିକ ଚାଷକୁ ଆପଣେଇ ରାସାୟନିକ ଚାଷ ଠାରୁ ନିଜକୁ ଦୁରେଇ ରହିବା ପାଇଁ କୃଷି ବୈଜ୍ଞାନିକ, କୃଷି ଅଧିକାରୀ କୃଷକ ମାନଙ୍କ ସହ ଜୈବିକ ଚାଷ ସମ୍ବନ୍ଧୀୟ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଏଥିରେ ଭାରପ୍ରାପ୍ତ ମୁଖ୍ୟ ଜିଲ୍ଲା କୃଷିଅଧିକାରୀ ସ୍ୱାଗତ ବକ୍ତବ୍ୟ ଦେଇଥିବା ବେଳେ କୃଷି ଜିଲ୍ଲା ଅଧିକାରୀ ହେମନ୍ତ ଦାସ କାର୍ଯ୍ୟ କ୍ରମ କୁ ପରିଚାଳନା କରିଥିଲେ l


