ପାର୍ଶାଲି ମେଡିକାଲ ନିମ୍ନମାନର କାର୍ଯ୍ୟକୁ କ୍ଷୋଭ ପ୍ରକାଶ କଲେ ଜିଲାପାଳ !

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ ):ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକର ପାର୍ଶାଲି ପଞ୍ଚାୟତକୁ ସ୍ୱାସ୍ଥ୍ୟ ସେବା ଯୋଗଇବା ନୂତନ ମେଡିକାଲ ନିର୍ମାଣ ହେଲା। କିନ୍ତୁ ଅତି ନିମ୍ନମାନର ଯନ୍ତ୍ରଂଶ ଲାଗିଛି ଓ ସାମଗ୍ରୀ ଲାଗିଥିବା ଜାଣିବାକୁ ପାଇଥିଲେ। ଯାହା ଫଳରେ ବିଗିଡିଜାଇ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ଓ ବିପିଓ ଙ୍କ  ଉପରେ ବିଗିଡ଼ିଥିଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି। ଜିଲ୍ଲାପାଳ ମେଡିକାଲ ଉପରେ ଦେଖିବା ପରେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ ଜିଲାପାଳ ଙ୍କୁ କୁଆଡେ ଭୁଆ ବୁଲାଉଥିଵା ଜାଣି ରାଗିଗଲେ। କହିଲେ ମତେ ଭୁଆ ବୁଲାଉଛ ନନସେନ୍ସ କହି ଭୀଷଣ ରାଗିଯାଇ ସମସ୍ତ ଯନ୍ତ୍ରଂଶ ଝରକା କବାଟ, ଫେନ, ସୁଇଚ ବଡଲାଇବା ସହ ବିଜୁଳି ଲଗାଇବାକୁ ନିର୍ଦେଶ ଦେଇଥିଲେ। ଜେନେରେଟର ଲଗାଇ ସହ ଅନୁପସ୍ଥିତ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ନିୟମିତ ରଖିବା ପାଇଁ ନିର୍ଦେଶ ଦେଇଥଲେ।୩ହଜାରରୁ ଅଧିକ ଆଦିମ ଜନଜାତି ଡଙ୍ଗରିଆ ବସବାସ କରୁଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟ, ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେବାପାଇଁ ବ୍ଲକ ପ୍ରଶାସନ ସହ ଆଲୋଚନା କରି ସମସ୍ୟାର ସମାଧା କରିବାକୁ ପଡିବ ବୋଲି ବିଡ଼ିଓ ମନୀଷା ଦାସଙ୍କୁ କହିଥିଲେ।ଏହି ଗସ୍ତରେ ଫାକେରି ନିର୍ଗୁଣ୍ଡି, ପାର୍ଶାଲି ଡିକେଡ଼ିଏ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ, ଉପଜିଲ୍ଲାପାଳ ରମେଶଚନ୍ଦ୍ର ଜେନା, ତହସିଲଦାର, ଡାକ୍ତର, ସିଡିପିଓ, ଡାବ୍ଲୁଈଓଙ୍କ ସମତେ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।ଫାକେରି କରେଜ ଘରରକୁ ଯାଇ ଶିଶୁ ମାନଙ୍କ ସ୍ୱାସ୍ଥ୍ୟ,ପରିମଳ, ଖାଦ୍ୟ, କ୍ରୀଡା ସାମଗ୍ରୀ ପରିଷ୍କାର ଓ ବୌଦ୍ଧିକ ଶିକ୍ଷା ଉପରେ ବୁଝି ଶୁଶୁ ମାନଙ୍କୁ ପୋଷାକ ଓ ଚପଲ ବଣ୍ଟନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ