ଶେଷ ହେଲା କୋଶମ୍ବ ୨୦୨୫
ବାଲେଶ୍ୱର, (ଓ୍ବାଇଏନଏସ): ଉଦଯାପିତ ହେଲା ଜିଲ୍ଲା ସ୍ତରୀୟ ସ୍ୱଦେଶୀ ମେଳା ଓ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା କୋଶମ୍ବ ୨୦୨୫ । ଏହି ମେଳା ଗତ ୨୨/୧୨/୨୦୨୫ ରିଖ ଦିନ ଉଦଘାଟନ କରାଯାଇଥିଲା । ଏହା ଓରମାସ ଏବଂ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ବାଲେଶ୍ୱର ସହରର ପୋଲିସ ପଡିଆ ଠାରେ ଚାଲିଥିଲା । ଏହି ଉଦଯାପନ ଉତ୍ସବରେ ମାନ୍ୟବର ଅଧ୍ୟକ୍ଷ ,ଜିଲ୍ଲା ପରିଷଦ ଶ୍ରୀ ନାରାୟଣ ପ୍ରଧାନ ,ମାନ୍ୟବର ଅଧ୍ୟକ୍ଷା,ବାଲେଶ୍ଵର ମ୍ୟୁନିସିପାଲଟି ଶ୍ରୀମତୀ ସବିତା ସାହୁ ବରେଣ୍ୟ ଅତିଥି ଙ୍କ ସହ ବାଲେଶ୍ଵର ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ,ବାଲେଶ୍ଵର ଶ୍ରୀ ସଞ୍ଜୟ କୁମାର ରାଉତ, ଅତିରିକ୍ତ ଜିଲ୍ଲାପାଳ ,ସାଧାରଣ ସୁଧାକର ନାୟକ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ହେମନ୍ତ କୁମାର ସିଂହ , ଉପ ଜିଲ୍ଲାପାଳ ,ନୀଳଗିରି ଶୁଭଶ୍ରୀ ରଥ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ,ଜିଲ୍ଲା ପରିଷଦ ଶ୍ରୀମତୀ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଏହି ମେଳାରେ ବାଲେଶ୍ବର ଜିଲ୍ଲା ବ୍ୟତିତ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ବ୍ୟବସାୟୀ ନିଜର ଜିନିଷ ଗୁଡ଼ିକର ପ୍ରର୍ଶନ କରିବା ସହିତ ବିକ୍ରି ମଧ୍ଯ କରୁଥିଲେ । ପ୍ରତିଦିନ ହଜାର ହଜାର ଲୋକ ମେଳାକୁ ଆସି ସେମାନଙ୍କର ଆବଶ୍ୟକୀୟ ମନ ପସନ୍ଦର ଜିନା ଗୁଡ଼ିକ କ୍ରୟ କରୁଥିଲେ । ପ୍ରତି ରାତିରେ ଦୂର ଦୂରାନ୍ତରୁ ଆସିଥିବା କଳାକାର ମାନଙ୍କ ଦ୍ବାରା ପରିବେଷିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ଅତି ଆଡ଼ମ୍ବରପୂର୍ଣ୍ଣ ଉପଭୋଗ କରୁଥିଲେ । ୨୨ ଡିସେମ୍ବର ରୁ ୨୮ ଡିସେମ୍ବର ପର୍ଯ୍ୟନ୍ତ ପ୍ରତିଦିନ ସଂଧ୍ୟାରେ ଭିନ୍ନ ଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କଳାକାର ମାନଙ୍କ ଦ୍ବାରା ପରିବେଷିତ ହେଉଥିଲା ।


