ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରିବାକୁ ପଞ୍ଚାୟତବାସୀଙ୍କ ଦାବୀ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଅଧିନ ମଙ୍ଗୁଲି ଛକ ଠାରୁ ଗଣିଜାଙ୍ଗ ଭାୟା ଗୋପାଳପୁର, ଆମ୍ବଗଢିଆ ୮କିମି ୫ ଶହ ମିଟର ଦୈର୍ଘ୍ୟ ବିଶିଷ୍ଟ ଗ୍ରାମ୍ୟ ଉନ୍ନୟନ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ କରିବାକୁ ଛୟାଳସିଂହ, ଓଡଙ୍ଗ, ଗଣିଜାଙ୍ଗ ଆଦି ୩ଟି ପଞ୍ଚାୟତର ଜନସାଧାରଣ ମାନେ ଦାବୀ କରିଛନ୍ତି । ଏହି ରାସ୍ତାଟି ଉପରୋକ୍ତ ୩ଟି ପଞ୍ଚାୟତକୁ ସଂଯୋଗ କରୁଛି । ଉକ୍ତ ରାସ୍ତା ଏବଂ ପରିବେଶର ସୁରକ୍ଷା ପାଇଁ ଉଭୟ ପାଶ୍ୱର୍ରେ ବୃକ୍ଷରୋପଣ କରାଯିବାକୁ ଲୋକ ମାନେ ଦାବୀ ଜଣାଇଛନ୍ତି । ଏନେଇ ପ୍ରଫୁଲ୍ଲ ରାଉତ, ଖଗେଶ୍ୱର ବେହେରା, ବିଶ୍ୱନାଥ ଓଝା, ଜଗନ୍ନାଥ ପରିଡା, ବୃନ୍ଦାବନ ଗିରି, ନାରାୟଣ ଦାଶ, ଅନନ୍ତ ଦାଶ, ବିଜୟ ଦାସ, ବିଷ୍ଣୁପ୍ରି୍ର୍ରୟା ରାଉତ, ହରେକୃଷ୍ଣ ପରିଡା, ସୁବୋଧ କୁମାର ରାଉତ, ଧରଣୀଧର ଖଣ୍ଡା, ମନୋଜ ପୁହାଣ, ବିଜୟ ଜେନା, ପ୍ରତାପ ସାହୁଙ୍କ ସମେତ ଉପରୋକ୍ତ ୩ଟି ପଞ୍ଚାୟତର ଅଧିବାସୀ ମାନେ ଜିଲାପାଳ ଭଦ୍ରକ, ଡି.ଏଫ.ଓ ଭଦ୍ରକ ଏବଂ ବନ୍ତ ତହସିଲଦାରଙ୍କୁ ଗତ ୨୦୨୫ ମସିହା ଜୁଲାଇ ୨୮ରେ ଲିଖିତ ଜଣାଇଥିବା ବେଳେ ଏନେଇ କୌଣସି ପଦକ୍ଷେପ ନିଆଯାଇନାହିଁ । ତେବେ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ୩ ପଞ୍ଚାୟତର ଅଧିବାସୀ ମାନେ ଦାବୀ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ