ବଜ୍ରାଘାତରେ ମୃତ୍ୟୁ ଘଟିଥିବା ମହିଳାଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ
ଛତ୍ରପୁର, : ଗତକାଲି ଛତ୍ରପୁର ବ୍ଲକ ଅନ୍ତର୍ଗତ ସରଭୀମପୁର ଗ୍ରାମର ବିଲରେ କାମ କରୁଥିବା ବେଳେ ହଠାତ ବିଜୁଳି ଘଡଘଡି ମାରିଥିଲା। ସେଥିରେ ଦୁଇ ଜଣ ମହିଳା ଙ୍କ ମୃତ୍ୟୁ ଘଟିଛି। ମୃତ ମହିଳା ଦ୍ବୟ ହେଲେ କୁନି ଗୌଡ଼ ଓ ନିରୁପମା ଗୌଡ଼ l ଉଭୟ ନଣନ୍ଦ ଓ ଭାଉଜ । ଯାହା ଫଳରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା, ପରିବାର ଲୋକ ଦୁଃଖ ରେ ଭାଙ୍ଗି ପଡିଛନ୍ତି, ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ତତ୍ୱବଧାନ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠି ରୁ ମୃତକ ପରିବାର ଲୋକଙ୍କୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିଲା, ତହସିଲଦାର ସମ୍ବିତ ସଂଗ୍ରାମ ଜିତ ସାହୁଙ୍କ ନିର୍ଦେଶକ୍ରମେ ଗ୍ରାମ ରେ ଅତିରିକ୍ତ ତହସିଲଦାର ଏନ. ରବି ପ୍ରଧାନ ପହଁଚି ଯୁବ ନେତା ବନୋଜ ନାହାକ, ପୋଟଲାମପୁର ସରପଞ୍ଚ ନିରଞ୍ଜନ ପ୍ରଧାନ ଓ ସମିତି ସଭ୍ୟ ଶମ୍ଭୁନାଥ ସ୍ୱାଇଁ, ପୋଟଲାମପୁର ଆର ଆଇ ନିରଞ୍ଜନ ସାହୁ ଙ୍କ ଉପସ୍ଥିତ ରେ ସହାୟତା ରାଶି ପ୍ରଦାନ କରିଥିଲେ


