ଅସ୍ତରଙ୍ଗ କାକଟପୁରରେ ବେଆଇନି ଗୁଟଖା କାରବାର

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ସରକାର ଗୁଟଖା ଓ ଭାଙ୍ଗ ପାଉଚ କୁ ବେଆଇନି ଦର୍ଶାଇ ନିଷେଧ କରିଛନ୍ତି ।ହେଲେ ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଂଚଳର ବଜାର ହେଉ କି ଗ୍ରାମାଞ୍ଚଳ ରେ ଅବାଧ ରେ ଏହି ବେଆଇନି କାରବାର ଚାଲିଛି । ସେହିପରି ଗଂଜେଇ ସିଗାରେଟ ବ୍ୟାପକ କଳା ବଜାର ହେଉଛି । ଉଭୟ ଗୁଟଖା ଓ ସିଗାରେଟ ଧାର୍ଯ୍ୟ ଠାରୁ ଅଧିକ ମୂଲ୍ୟରେ ଏମିତି କି ଗଂଜେଇ ସିଗାରେଟ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । କେତେକ ସିଗାରେଟ ପ୍ୟାକେଟ ର ପ୍ରିଣ୍ଟ ମୂଲ୍ୟ ୧୭୦ରହିଥିବା ବେଳେ ରିଟେଲର ଦୋକାନୀ ଙ୍କ ଠାରୁ ୨୧୦ଟଙ୍କା ନେଉଛନ୍ତି । ଅନ୍ୟ ଏକ ସିଗାରେଟ ମୂଲ୍ୟ ୭୦ଟଙ୍କା କିନ୍ତୁ ୮୦ଟଙ୍କା ରେ ବିକ୍ରି କରି କଳା ବଜାର କରାଯାଉଛି। ଅସ୍ତରଙ୍ଗ ଓ କାକଟପୁର ଅଧିକାଂଶ ପାନ ଦୋକାନ, ଚା ଦୋକାନ ଓ ଅନ୍ୟ ଦୋକାନରେ ଚୋରା ରେ ଏହା ମିଳୁଛି। ଫଳରେ ଏହାର ସୁଯୋଗ ନେଇ ଲକ୍ଷାଧିକ ଟଙ୍କାର ବେଆଇନି ବ୍ୟବସାୟ ହେଉଛି। ଅସ୍ତରଙ୍ଗ ଓ କାକଟପୁର ରେ ଏହି ମୁଷ୍ଟିମେୟ କଳା ବଜାର ଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ କାୟା ବିସ୍ତାର କରି ପ୍ରଚୁର ଟଙ୍କା ଲାଭ ନେଉଛନ୍ତି। ଏମାନେ ଟିକସ ଫାଙ୍କିବା ସହ ଗ୍ରାହକ ଙ୍କୁ ଅଧିକ ମୂଲ୍ୟ ନେଇ ଲୁଟ କରୁଛନ୍ତି। ଏହି କଳା ବଜାର ପଛରେ ବ୍ୟବସାୟୀ କିଏ ସେ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ହେଉଛି। ଶୀଘ୍ର ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ