ବେଗୁନିଆପଡା ବ୍ଲକରେ କୃଷି ଅଧିକାରୀଙ୍କୁ ଘେରିଲେ ଚାଷୀ

କୋଦଳା(ବାପୁନି କୁମାର ମାଲୁ): ବେଗୁନିଆପଡା ବ୍ଲକ କୃଷି ବିଭାଗରେ ମନାମାନୀ କାରବାର, ପ୍ରକୃତ ଚାଷୀଙ୍କୁ ଅଣଦେଖା, ଅଣ ଆଖୁ ଚାଷୀଙ୍କୁ ଡାକି ତରବରିଆ ବୈଠକ କରିବାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ସହ ବୈଠକକୁ ଚାଷୀଙ୍କ ତୀବ୍ର ବିରୋଧ କଲେ ଚାଷୀ । ୨୮୮ ଜଣ ଆଖୁ ଚାଷୀ ପାଇନାହାନ୍ତି ୧୬ ଲକ୍ଷରୁ ଅଧିକ ଟଙ୍କା । କୃଷି ଅଧିକାରୀଙ୍କ ଉପରୁ ବିଶ୍ୱାସ ହରାଇ ବିଡ଼ିଓ ସସ୍ମିତା ଶତପଥି ଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏପ୍ରିଲ 2,5,8,9,11 ତାରିଖ ରେ ଚାଷୀ ମାନଙ୍କୁ ତାଲିମ ଦେବା କଥା କିନ୍ତୁ ହଠାତ ମଙ୍ଗଳ ବାର ଦିନ ଏହି ତାଲିମ କିଛି ଅଣ ଚାଷୀଙ୍କୁ ନେଇ କରୁଥିବା ବେଳେ ଚାଷୀ ମାନେ ଘେରାଉ କରିବା ସହ ଅଭିଯୋଗ କରିଛନ୍ତି । ମଙ୍ଗଳବାର ଅପରାହ୍ନ 2.30 ସମୟରେ କୃଷି କାର୍ଯ୍ୟାଳୟ ଠାରେ ଚାଷୀ ମାନେ ପ୍ରତିକ୍ରିୟା ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ