ଉଠାଜଳସେଚନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି

ଛତ୍ରପୁର (ଓ୍ବାଇଏନଏସ):  ଜିଲ୍ଲା ରେ ଥିବା ଉଠାଜଳସେଚନ ପ୍ରକଳ୍ପ ଗୁଡିକ ତୁରନ୍ତ କାର୍ଯ୍ୟକାରୀ କରିବା ସହିତ  ଚାଷୀ ଙ୍କୁ ପର୍ଯ୍ୟାପ୍ତ ପରିମାଣରେ ସାର ଯୋଗାଇବା ନିମନ୍ତେ  ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବୀ ହୋଇଛି l ନଚେତ  ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ଆନ୍ଦୋଳନ ପନ୍ଥା ଗ୍ରହଣ କରାଯିବ ବୋଲି ସମ୍ପାଦକ ସିମାଞ୍ଚଳ ନାହାକ କହିଛନ୍ତି l ଜଳ ବହୁଲେ ସୃଷ୍ଟି  ନାଶ ଜଳ ଅଭାବେ ଚାଷୀ କଷ୍ଟ l  ଚଳିତ ବର୍ଷ କେତେ ଜିଲାରେ ଅଧିକ ବର୍ଷା ଯୋଗୁ ବନ୍ୟା ଯୋଗୁଁ ଲୋକମାନେ ଅବସ୍ଥାରେ ଅଛନ୍ତି l ମାତ୍ର ଗଞ୍ଜାମ ଜିଲ୍ଲାରେ ବର୍ଷା କମ ଯୋଗୁଁ ନଦୀ ନାଳରେ ପାଣି ନାହିଁ ମାତ୍ର ଅଳ୍ପ ବର୍ଷା ଯୋଗୁଁ କମ ଜମିରେ ଧାନ ରୁଆ ହୋଇଛି l ଏବେ ଢ଼େପ ଜମି ରେ ପଡ଼ିଥିବା ଧାନ ତଳି ପୋଡ଼ିବାକୁ ଗଲାଣି  l ସେପଟେ ସାରର କଳା ବଜାରୀ ୟୁରିଆ ସାର ଦର ବସ୍ତା ୨୬୬.୫୦ପଇସା ଥିବା ବେଳେ ଚାଷୀ ୫୦୦ରୁ ୬୦୦ଟଙ୍କାରେ କିଣୁଛନ୍ତି l କାହାକୁ କହିବେ ଚାଷ ତରତର ବଣିଜ ମଠ l ଜିଲ୍ଲାରେ ପ୍ରାୟ ୫ଶହ ଉଠାଜଳସେଚନ ପମ୍ପ କାର୍ଯ୍ୟକାରୀ ହେଉନାହିଁ କେଉଁଠି ବିଦ୍ୟୁତ ନାହିଁତ କେଉଁଟି ମୋଟର ନାହିଁକି କେନାଲ ନାହିଁ ଅଧା ପନ୍ତରିଆ ଅବସ୍ଥାରେ ପଡିଛି  l ଏ ସମ୍ପର୍କ ରେ ସମୀକ୍ଷା ନାହିଁ ଚାଷୀ ବର୍ଷା କୁ ଚାତକ ଭଳି ଅନେଇ ବସିଛି ଚାଷୀଙ୍କ ଦୁଃଖ ଇନ୍ଦ୍ର ଦେବତା ବୁଝିବେ ପରା ଜିଲ୍ଲାପ୍ରଶାସନ ନେତା ମନ୍ତ୍ରୀ ଙ୍କୁ ସନ୍ତୁଷ୍ଟ କରିବାରେ ବ୍ୟସ୍ତ ଚାଷୀଙ୍କ ଦୁଃଖ ବୁଝିବା ପାଇଁ ତାଙ୍କ ସମୟ ନାହିଁ l  ଏଣୁ ସରକାର ଏଥି ପ୍ରତି ଦୁଷ୍ଟି ଦେବାକୁ ଋଷିକୁଲ୍ୟା ରୟତ ମହାସଭା ତରଫରୁ ଦାବୀ ହୋଇଛି  l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ