ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା
ଛତ୍ରପୁର (ଓ୍ବାଇଏନଏସ): ଛତ୍ରପୁର ଶ୍ରୀରାମ ନଗରସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି । ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଦୁର୍ଗା ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ । ପ୍ରଧାନାଚାର୍ଯ୍ୟ ଟି.ସୁରେଶ କୁମାର ଆଚ଼ାରୀ ଅତିଥି ପରିଚୟ ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଭାଗବତ ଭାସ୍କର ଶ୍ରୀଜଗନ୍ନାଥ ପଣ୍ଡା, ପରିଚାଳନା ସମିତିର ସଭାପତି ପଦ୍ମଚରଣ ସାହୁ , ସମ୍ପାଦକ ସନ୍ତୋଷ କୁମାର ସାହୁ,ଉପସଭାପତି ଗୀତା ପାଢୀ,ଯୁଗ୍ମ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ସଦସ୍ୟ ରାମ ପ୍ରସାଦ ପଟ୍ଟନାୟକ, ସମତେ ସମସ୍ତ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ଜ୍ଞାନବିଜ୍ଞାନ ମେଳାରେ ଗଣିତ, ବିଜ୍ଞାନର ପ୍ରକଳ୍ପ ଓ ପ୍ରୟୋଗ, ସଂସ୍କୃତିଜ୍ଞାନ ର ସମସ୍ତ ବିଷୟ ସହିତ ମୂର୍ତ୍ତୀକଳା , ପତ୍ରବାଚନ , ପ୍ରଶ୍ନମଞ୍ଚ ଓ କଥାକଥନ ଇତ୍ୟାଦିରେ ୨୯୨ଜଣ ଶିଶୁ ପ୍ରତିଭାଗୀ ଯୋଗ ଦେଇଥିଲେ । ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥିଭାବେ ଆଦାନୀ ଫାଉଣ୍ଡେସନର ସିଏସଆର ମୁଖ୍ୟ ଦେବବ୍ରତ ମିଶ୍ର ଶିଶୁମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ଏହି ବିଜ୍ଞାନ ମେଳାରେ ସରକାରୀ ଓ ବେସରକାରୀ ଅନୁଷ୍ଠାନର ଗଣିତ ଓ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ବିଚ଼ାରକ ଭାବେ ଯୋଗ ଦେଇଥିଲେ । ପ୍ରାପ୍ତ ସୂଚ଼ନା ଅନୁସାରେ ବିଜ୍ଞାନ ମେଳାରେ ଶିଶୁମାନଙ୍କୁ ୩ଟି ବର୍ଗରେ ଯଥା ୩ର୍ଥ ଓ ୫ମ ଶିଶୁମାନଙ୍କୁ ଶିଶୁ ବର୍ଗ , ଷଷ୍ଠ , ସପ୍ତମ ଓ ଅଷ୍ଟମ ଶ୍ରେଣୀର ଶିଶୁମାନଙ୍କୁ ବାଲବର୍ଗ, ୯ମ ଓ ୧୦ମ ଶିଶୁମାନଙ୍କୁ କିଶୋର ବର୍ଗରେ ବିଭକ୍ତ କରାଯାଇଥିଲା । ଏଥିରେ ପ୍ରଥମ ହୋଇଥିବା ଶିଶୁ ମାନେ ରମ୍ଭା ଶିଶୁ ମନ୍ଦିରେରେ ଅନୁଷ୍ଠିତ ହେବାକୁ ଥିବା ସଂକୁଳ ସ୍ତରୀୟ ବିଜ୍ଞାନମେଳାରେ ଯୋଗ ଦେବେ ।


