ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ସୁଧାଂଶୁ ମହାନ୍ତିଙ୍କୁ ସମ୍ବର୍ଦ୍ଧନା

​ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ମାଳତୀରା ଗ୍ରାମର ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ସୁଧାଂଶୁ ଶେଖର ମହାନ୍ତିଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବନ୍ତ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ମାଳତୀରା ଠାରେ ଆୟୋଜିତ ସଭାରେ ସମାଜସେବୀ ସେକ୍ ଜଲାଲଉଦ୍ଦିନ ସଭାପତିତ୍ବ କରିଥିଲେ l ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକ, ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥି ଭାବେ ଜାତୀୟ ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଜୟ କୁମାର ପୃଷ୍ଟି, ଶିକ୍ଷାବିତ୍ ରମାକାନ୍ତ ଜେନା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ପୂର୍ବତନ ସରପଞ୍ଚ ଅଜୟ କୁମାର ବେହେରା, ମୁସ୍ତାକ ଅଲ୍ଲୀ ଖାଁ, ସମାଜସେବୀ ସୁବାଷ ଦାସ, ସୁମନ୍ତ ମହାନ୍ତି, ସମିମ ନୱାଜ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ l ​ଏହି ଅବସରରେ ବନ୍ତ ବରିଷ୍ଠ ନାଗରିକ ମଞ୍ଚ, ଗ୍ରାମବାସୀ ଓ ବିଭିନ୍ନ ସଂଗଠନ ପକ୍ଷରୁ ଶ୍ରୀ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଥିଲା । ଶାଳବଣୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ନରହରି ଜେନା ମଞ୍ଚ ପରିଚାଳନା ଓ ଅଭିଲିପ୍ସା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ତରାପୁର ଛକ ଠାରୁ ଏକ ଶୋଭାଯାତ୍ରାରେ ଶ୍ରୀ ମହାନ୍ତିଙ୍କୁ ପାଛୋଟି ନିଆଯାଇଥିଲା । ପ୍ରକାଶ ଥାଉକି, ଶ୍ରୀ ମହାନ୍ତି ଗତ ଜୁନ ୩୦ରେ କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଝାରବେଡା ସରକାରୀ ଉପ୍ରା ବିଦ୍ୟାଳୟରେ ଚାକିରୀ ଜୀବନରୁ ଅବସର ନେଇଥିଲେ l ଶନିବାର ତାଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆ ଯାଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ