ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ସାହୁ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବିଜେଡି ଛାଡି ବିଜେପିରେ ମିଶିଛନ୍ତି ୮ ନଂ ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ତଥା ପୂର୍ବତନ ସରପଞ୍ଚ ଶ୍ରୀମତୀ ସାହୁ। ସେହିପରି ଏହି ଅବସରରେ ବିଜେଡିର ବରିଷ୍ଠ ନେତା ତଥା ବିଜେଡି ବଗଡ଼ା ପଞ୍ଚାୟତ ସଭାପତି ସୁରେନ୍ଦ୍ର ସାହୁ ମଧ୍ୟ ବିଜେପିରେ ମିଶିଛନ୍ତି। ଶ୍ରୀମତୀ ସାହୁ ଓ ସୁରେନ୍ଦ୍ର ସାହୁ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେପିରେ ମିଶିଥିବା କହିଛନ୍ତି। ସେମାନେ କହିଛନ୍ତି ବିଜେଡିରେ ସେମାନଙ୍କୁ ଉପେକ୍ଷା କରାଗଲା। ଏଥିସହ ରାଜ୍ୟରେ ବିଜେପି ସରକାର ସ୍ୱଚ୍ଛ ଶାସନ ଚଳାଇଥିବାରୁ ସେମାନେ ଏଥିରେ ଅନୁପ୍ରାଣିତ ହୋଇ ବିଜେପିରେ ସାମିଲ ହୋଇଛନ୍ତି। ଆଗାମୀ ଦିନରେ ସେମାନଙ୍କ ଶତାଧିକ ଅନୁଗାମୀ ବିଜେପିରେ ମିଶିବେ ବୋଲି ସେମାନେ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଡା. ଜ୍ୟୋତ୍ସ୍ନାରାଣୀ ଜେନାଙ୍କ ମୁଖ୍ୟ ପରାମର୍ଶଦାତା ଅମୀୟ ଜେନାଙ୍କ ଉପସ୍ଥିତିରେ ସେମାନେ ବିଜେପିରେ ମିଶିଛନ୍ତି। ତୃଣମୂଳ ସ୍ତରରେ ବିଜେପିକୁ ଅଧିକ ସକ୍ରିୟ ଓ ମଜଭୁତ କରିବା ପାଇଁ ଏହି ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ ହଜାର ହଜାର ବିଜେଡି ନେତା ଓ କର୍ମୀ ବିଜେପିରେ ଯୋଗଦେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇଛନ୍ତି ଓ ଏନେଇ ସେମାନେ ପ୍ରତିଶୃତି ଦେଇଛନ୍ତି ବୋଲି ଶ୍ରୀ ଜେନା ଏକ ପ୍ରେସ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଏହି ମିଶ୍ରଣ ପର୍ବ ଅବସରରେ ବିଜେପି ଜିଲ୍ଲା କାର୍ଯ୍ୟନିର୍ବାହୀ ସଦସ୍ୟ ମନୋରଞ୍ଜନ ସାମଲ, ଜିଲ୍ଲା ଏସସି ମୋର୍ଚ୍ଚା ଉପସଭାପତି ସ୍ୱରାଜ ମଲ୍ଲିକ, ବରିଷ୍ଠ ବିଜେପି ନେତା ତଥା ମଣ୍ଡଳ ସାଧାରଣ ସମ୍ପାଦକ ପ୍ରଭାତ ରଞ୍ଜନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀମତୀ ସାହୁ କହିଛନ୍ତି ଖୁବ ଶୀଘ୍ର ବଗଡ଼ା ପଞ୍ଚାୟତର ଶତାଧିକ ବିଜେଡି କର୍ମୀ ବିଜେପିରେ ସାମିଲ ହେବେ। ରାଜ୍ୟରେ ଚାଲିଥିବା ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଲୋକପ୍ରିୟ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ମିଶିଥିବା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ