ଗାୟଳମୁଣ୍ଡା – ସନ୍ତୋଷପୁର ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ

ହାଟଡିହି (ଓ୍ବାଇଏନଏସ): ଗୟଳମୁଣ୍ଡା – ସନ୍ତୋଷପୁର ରାସ୍ତା ଉନ୍ନତିକରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିବା ଏହି ରାସ୍ତାର ଉନ୍ନତି କରଣ ପାଇଁ ବିଭାଗ ପକ୍ଷରୁ ସାତ କୋଟି ଟଙ୍କାର ଅନୁଦାନ ଯୋଗାଇ ଦିଆ ଯାଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ ଯନ୍ତ୍ରୀ ରଜତ କୁମାର ସିଂ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ଭିତ୍ତି ପ୍ରସ୍ଥର ଉତ୍ସବରେ ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ବିଜେପି ନେତା ତଥା ପୂର୍ବତନ ନଗରପାଳ ରାମଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଟୁନି ରଣା, ସହକାରୀ ଯନ୍ତ୍ରୀ, ପ୍ରିୟ ରଞ୍ଜନ ତିଆଡ଼ି, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗିରିଧାରୀ ମହାନ୍ତ, ଗୟଳମୁଣ୍ଡା ସରପଞ୍ଚ ଖିରୋଦ ଚନ୍ଦ୍ର ମହାନ୍ତ ପ୍ରମୁଖ ଯୋଗଦେଇ ଶିଳାନ୍ୟାସ କରିଥିଲେ। ଏଥିରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ ଯୋଗଦେବାର ଥିଲେ ମଧ୍ୟ ତାଙ୍କ ଗ୍ରସ୍ଥ କାର୍ଯ୍ୟକ୍ରମ ଶେଷ ମୁହୂର୍ତ୍ତରେ ବାତିଲ ହୋଇଥିଲା। ଅନ୍ୟ ମାନଙ୍କ ଭିତରେ ଜିଲ୍ଲା ଯୁବ ବିଜେଡି ସଭାପତି  ରାକେଶ ରାମ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଅମରେନ୍ଦ୍ର ଧଳ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ