ତାମିଲନାଡୁ ନେଇ ମହିଳାଙ୍କୁ ବଳାତ୍କାର ଅଭିଯୋଗ

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲା ନନ୍ଦିପଦା ଥାନା ଅଞ୍ଚଳର ଜଣେ ଦୁଇ ସନ୍ତାନର ମହିଳାଙ୍କୁ ତାମିଲନାଡୁ ନେଇ ବଳାତ୍କାର କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ରବିବାର ଦିନ ମହିଳା ଜଣକ ଏନେଇ ନନ୍ଦିପଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ କେସ ନଂ ୧୭୨/୨୦୨୬ ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଦୁଇ ମାସ ତଳେ ମହିଳା ଜଣକ ହଠାତ ନିଖୋଜ ହୋଇ ଯାଇଥିଲେ। ଏନେଇ ମହିଳାଙ୍କ ସ୍ୱାମୀ ଅନେକ ଆଡେ ଖୋଜାଖୋଜି କରୁଥିବା ବେଳେ ତାମିଲନାଡୁ ରେ ଥିବା କୌଣସି ସୂତ୍ରରୁ ଖବରପାଇ ମହିଳାଙ୍କ ସ୍ବାମୀ ତାମିଲନାଡୁ ଯାଇ ନିଜ ସ୍ତ୍ରୀକୁ ସେଠାରୁ ଉଦ୍ଧାର କରି ଘରକୁ ଆଣିଥିଲେ।  ମହିଳା ଜଣକ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ଶାଳନିଆଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଥିବା ବେଳେ ଆସନ୍ତା କାଲି ୧୬୪ରେ ମହିଳା ଙ୍କ ବୟାନ ରେକର୍ଡ କରାଯିବାର ଅଛି ବୋଲି ପୋଲିସ ସୂଚନା ଦେଇଛି।  କିନ୍ତୁ ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତ ଗିରଫ ହୋଇନାହାନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ