ଛିଡ଼ିଲା ମୁଖ୍ୟମନ୍ତ୍ରୀ ବସ ଆଗ ଚକା: ଅଳ୍ପକେ ବର୍ତ୍ତିଲେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଛଣମେରି ପଞ୍ଚାୟତ ବାହାଡା ଗୁଡ଼ା ଗ୍ରାମ ନିକଟରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୫ ଟାରେ ମୁଖ୍ୟମନ୍ତ୍ରୀ ବସ ସେବା(ଏମବିଏସ) ଯୋଜନାରେ ଚାଲୁଥିବା ଏକ ସରକାରୀ ଯାତ୍ରୀବାହୀ ବସ (ନଂ. ଓଡ଼ି୦୭ୟୁ – ୨୮୩୫)  ର ସମ୍ମୁଖ ଭାଗ ଚକା ଛିଡ଼ିଯାଇଥିବା ଜଣାପଡ଼ିଛି।ବସ ଟି ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରୁ ଦିଗପହଣ୍ଡି ଅଭିମୁଖେ ଆସୁଥିବା ବେଳେ ଆକସ୍ମିକ ଭାବେ ଚକା ଛିଡ଼ିଯାଇଥିଲା। ବସ ଟି ନିୟନ୍ତ୍ରଣ ହରାଇଥିଲା। ବସ ରେ ଥିବା ଯାତ୍ରୀମାନେ ଚିତ୍କାର କରିଥିଲେ। ଚାଳକ ଙ୍କ ଉପସ୍ଥିତ ବୁଦ୍ଧିରୁ ବସ ଟି କିଛି ଦୂର ଘୋଷାରି ହୋଇ ଆଗକୁ ଯିବାପରେ ରାସ୍ତା ଉପରେ ଅଟକିଥିଲା। ଯାତ୍ରୀମାନେ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ