ସଡ଼କ ଦୁର୍ଘଟଣାରେ ଯୁବକ ମୃତ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ – ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକ ଟି. ଗୋବିନ୍ଦପୁର ପଞ୍ଚାୟତ ଛେଦନଇ ଗ୍ରାମ ନିକଟ ୩୨୬ ନଂ. ଜାତୀୟ ରାଜପଥ ରେ ଶୁକ୍ରବାର ସନ୍ଧ୍ୟାରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନ ଥାନା ରାଣୀଖମା ଗାଁ ର ରବି ମଲ୍ଲିକ  (୨୮)। ସନ୍ଧ୍ୟା ପ୍ରାୟ ୫  ଟାରେ ରବି ବାଇକ (ନଂ.ଓଆର୨୦ଏ -୦୫୯୪) ଯୋଗେ ଗାଁ କୁ ଫେରୁଥିବା ବେଳେ ସେ ନିଜେ ଭାରସାମ୍ୟ ହରାଇ ବାଇକ ସହ ରାସ୍ତା ଉପରେ କଚାଡି ହୋଇ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ  ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏନେଇ ପାଟପୁର ଥାନାରେ ଏତଲା ହେବା ପରେ ତଦନ୍ତକାରୀ ଅଧିକାରୀ ଏସଆଇ ପ୍ରଭାତ କୁମାର ବାଲିକାନା  ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଛନ୍ତି। ଦୁର୍ଘଟଣାଗସ୍ତ ବାଇକ କୁ ଜବତ କରାଯାଇଛି। ଶନିବାର ସକାଳେ ବ୍ୟବଚ୍ଛେଦ କରାଯିବା ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ