ହାତୀ ସୁରକ୍ଷା ପାଇଁ ଗଜ ସାଥି ପ୍ରଶିକ୍ଷଣ ଶିବିର

ଦିଗପହଣ୍ଡି,୩୦|୧୨(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ଜଙ୍ଗଲରେ ହାତୀ ମାନଙ୍କ ଚଳ ପ୍ରଚଳ ଓ ସେମାନଙ୍କ ସୁରକ୍ଷା ନିମନ୍ତେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି।ବନ ବିଭାଗ ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶିବିରରେ ଦିଗପହଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ମଧୁସ୍ମିତା ପଣ୍ଡା,ସାନଖେମୁଣ୍ଡି ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା. ପ୍ରବୀଣ ସାହୁ, ଦିଗପହଣ୍ଡି ଓ ପାଟପୁର ବିଦ୍ୟୁତ ବିଭାଗ ଟିପିଏସଓଡିଏଲ ର ଯନ୍ତ୍ରୀ ବୃନ୍ଦ ଉପସ୍ଥିତ ଥିଲେ।ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବିଭିନ୍ନ ବନ ସୁରକ୍ଷା ସମିତି ପକ୍ଷରୁ ଗ୍ରାମାଞ୍ଚଳରେ ନିୟୋଜିତ ଗଜ ସାଥି ବୃନ୍ଦ କାର୍ଯ୍ୟ କରିବାକୁ ଏହି ଶିବିରରେ ସବିଶେଷ ଆଲୋଚନା କରାଯାଇ ବହୁବିଧ ପରାମର୍ଶ ଦିଆଯାଇଥିଲା। ବିଭିନ୍ନ ସମୟରେ ଜନବସତି ଗୁଡ଼ିକୁ ମାଡ଼ି ଆସୁଥିବା ହାତୀ ଙ୍କ ଗତିବିଧି ସମ୍ପର୍କରେ ତୁରନ୍ତ ବନ ବିଭାଗ ଅଧିକାରୀ ମାନଙ୍କୁ ସୂଚନା ପ୍ରଦାନ କରିବା।ଜଙ୍ଗଲ ଅଞ୍ଚଳରେ ବେଆଇନ ଭାବେ ଶିକାର ପାଇଁ ବିଦ୍ୟୁତ ହୁକିଂ କିମ୍ବା ସୋଲାର ବିଦ୍ୟୁତ ଫେନ୍ସିଂ କରାଯାଇଥିବା ଦେଖିଲେ ନିୟୋଜିତ ବିଦ୍ୟୁତ ପ୍ରହରୀ ବୃନ୍ଦ ସେଗୁଡିକୁ ଜବତ କରି ବନ ବିଭାଗ ଏବଂ ବିଦ୍ୟୁତ ବିଭାଗ ଅଧିକାରୀ ମାନଙ୍କୁ ଅବଗତ କରାଇବା ସମ୍ପର୍କରେ ଶିବିରରେ ପରାମର୍ଶ ଦିଆଯାଇଥିଲା। ବନ ବିଭାଗ ପକ୍ଷରୁ ପାଟପୁର ଓ ଚିକିଟି ସେକ୍ସନ ରେ ନିଯୁକ୍ତ ୭ ୟୁନିଟ ର ୨୮ ଜଣ ଗଜ ସାଥି ବୃନ୍ଦ ଏବଂ ବିଦ୍ୟୁତ ପ୍ରହରୀ ବୃନ୍ଦ ଶିବିରରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ